ପଣସର ରହିଛି ଏହି ସ୍ୱାସ୍ଥ୍ୟ ଉପକାରୀ ଗୁଣ; ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି
ପଣସ ଖାଇବା ଖୁବ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏହାକୁ ଫଳ ଭାବେ ଓ ପରିବା ଉଭୟ ଭାବେ ଖିଆଯାଏ। ଏଥିରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ, ଆଇରନ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ମଧ୍ୟ ରହିଛି। ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ……..
– ପଣସରେ ଥିବା ଭିଟାମିନ ସି ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିବା ସହ ଏହାକୁ ବୃଦ୍ଧି କରିଥାଏ।
– ଏଥିରେ ପୋଟାସିୟମର ମାତ୍ରା ଥିବାରୁ ଏହା ହୃଦୟ ପାଇଁ ହିତକାରକ ଓ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ।
– ଏଥିରେ ଆଇରନ ଥିବାରୁ ମଧ୍ୟ ଏହାର ଖୁବ ଉପକାରୀ।
– ଏଥିରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
– ଥାଇରଏଡ଼ ରୋଗୀ ମଧ୍ୟ ଏହା ଖାଇବା ଉତ୍ତମ ବୋଲି କୁହାଯାଏ।
– ଏଥିରେ ଥିବା ଭିଟାମିନ ଏ ଚକ୍ଷୁ ପାଇଁ ବେଶ ଲାଭଦାୟକ।
Comments are closed.