www.samajalive.in
Wednesday, December 10, 2025
17.1 C
Bhubaneswar

ପ୍ରଶାସନ ସହାୟତାରେ ଘର ଆଗରୁ ହଟିଲା କ୍ୟାବିନ

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅଧିନସ୍ଥ ଡଙ୍ଗରପଡା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ପଡିଥିବା ଏକ କ୍ୟାବିନ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଅଭିଯୋଗ କରି ଆସୁଥିଲେ । ସ୍ଥାନୀୟ ତହସିଲ ଏବଂ ପୁଲିସ ପ୍ରଶାସନ ସାହାଯ୍ୟରେ ସମ୍ପୃକ୍ତ କ୍ୟାବିନଟିକୁ ଉଠାଇ ଦିଆଯାଇଛି ।ସମ୍ପୃକ୍ତ ଗ୍ରାମର ଲଛମନ ବିଶ୍ୱାଳ ଦୀର୍ଘ ୧୦ ବର୍ଷ ହେବ ଗାଁ ମୁଣ୍ଡରେ ଏକ କ୍ୟାବିନ ପକାଇ ଜଳଖିଆ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟାରେ ଛନ୍ଦି ହୋଇ ଗତବର୍ଷ କରୋନା ଆରମ୍ଭ ହେବା ସମୟରୁ ଦୋକାନ ବଜାର ବନ୍ଦ ହୋଇଯିବା ଯୋଗୁଁ ରୋଜଗାର ଆଶାରେ ସେ ଦୋକାନ ବନ୍ଦ କରି ନିଜର ପିଲା ଛୁଆଙ୍କୁ ଧରି ବାହାରକୁ ପଳାଇଛନ୍ତି । ଇତିମଧ୍ୟରେ ଗ୍ରାମର ଗିରିଧାରୀ ମହାରଣା ସମ୍ପୃକ୍ତ କ୍ୟାବିନଟିକୁ ଉଠାଇବା ପାଇଁ ସେ କରିଥିବା ନୂଆ ଘରର ମୁହଁ କ୍ୟାବିନ ପଛପଟକୁ କରିଥିଲେ । ଗତ ଜୁନ ମାସରେ ଗିରିଧାରୀ ନିଜର ଅସୁବିଧା ସମ୍ପର୍କରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତହସିଲଦାର ଶ୍ରୀ ମଣ୍ଡଳ ଅଭିଯୋଗ ପାଇ ବେଗୁନିଆ ଆର ଆଇ ବିଜୟ କୁମାର ମାର୍ଥାଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଆର ଆଇ ଘଟଣାସ୍ଥଳପରିଦର୍ଶନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଗତ ୨୧ ତାରିଖ ଦିନ ସର୍ବସାଧାରଣଙ୍କ ଉପସ୍ଥିତିରେ କ୍ୟାବିନ ଉପରେ ନୋଟିସ ଜାରି କରାଯାଇଥିଲା । ଯଦି କେହି ଉକ୍ତ କ୍ୟାବିନର ଦାବିଦାର ଅଛନ୍ତି ତାହେଲେ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ସ୍ଥାନରୁ କ୍ୟାବିନ ହଟାଇବା ପାଇଁ ଉକ୍ତ ନୋଟିସରେ ନିର୍ଦେଶ ଦିଆଯାଇଥିଲା । କିନ୍ତୁ କ୍ୟାବିନଟି ଆଜି ସୁଦ୍ଧା ଘଟଣାସ୍ଥଳରୁ ହଟା ନଯିବାରୁ ଆଜି ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ରେକର୍ଡ କିପର ପତିତପାବନ ମହାପାତ୍ର, ବେଗୁନିଆ ଆରଆଇ ବିଜୟକୁମାର ମାର୍ଥା ଏବଂ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ, ଏଏସଆଇ ଗଜେନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ସାହାଯ୍ୟରେ ସମ୍ପୃକ୍ତ ସ୍ଥାନରୁ କ୍ୟାବିନଟିକୁ ହଟାଇ ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories