ପଥର ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

ବେଗୁନିଆ : ବେଗୁନିଆ ତହସିଲ ଅଞ୍ଚଳରେ ଥିବା ବହୁ ବେଆଇନ ପଥର ଖଣିରୁ ପଥର ମାଫିଆମାନେ କର୍ମଚାରୀମାନଙ୍କୁ ହାତ କରି ପଥର ଖୋଳି ଚୋରା ଚାଲାଣ କରୁଛନ୍ତି ।ଏହା ଦ୍ୱାରା ସରକାର ମାସିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଆଜି ଭୋର ସମୟରେ ଶରଧାପୁର ରୁ ଅଟ୍ରି ଅଭିମୁଖେ ଆସୁଥିବା ଏକ ପଥର ବୋଝେଇ ଟ୍ରାକ୍ଟରକୁ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଜବତ କରି ଆଣି ଥାନାରେ ରଖିଛନ୍ତି । ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମର ଟ୍ରାକ୍ଟର ଚାଳକ ବସନ୍ତ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.