www.samajalive.in
Monday, December 15, 2025
16.1 C
Bhubaneswar

ଆମ ଆଦମୀ ପାର୍ଟିର ସାଧାରଣ ସଭା

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ ବେରଣା ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆମ ଆଦମୀ ପାର୍ଟିର ବିଜୁଳି ଆନ୍ଦୋଳନକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆବାହିକା ପଦ୍ମାଳୟା ମହାପାତ୍ର ନିଜ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ବ୍ଲକ, ଥାନା କୋର୍ଟ କଚେରୀରେ ସାଧାରଣ ଜନତାଙ୍କ ଦୁରାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଶିଳ୍ପୀ କଳ୍ପତରୁ ପଣ୍ଡା ଜନ ମଙ୍ଗଳକାରି ରାଷ୍ଟ୍ରରେ ସରକାରଙ୍କର କର୍ତ୍ତବ୍ୟ ଓ ସାଧାରଣ ଜନତାଙ୍କ ଅଧିକାର ବିଷୟରେ ଆଲୋଚନା କରିଥିଲେ। ସଭାରେ ଉପସ୍ଥିତ ମହିଳାମାନେ ଆମ ଆଦମୀ ପାର୍ଟି ସରକାରର ବିଭିନ୍ନ ଜନ ମଙ୍ଗଳକାରି ଯୋଜନା ଗୁଡିକର ଭୁୟସୀ ପ୍ରଶଂସା କରିଥିଲେ। ଶେଷରେ ସୁସନ୍ଧ୍ୟା ରାଣୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦୁଇଶହ ୟୁନିଟ ମୁକ୍ତ ବିଜୁଳି ଦେୟପାଇଁ ନିଜ ଅଞ୍ଚଳର ଦୁଇଶହ ନଗରିକଙ୍କର ଦସ୍ତଖତ ସମ୍ବଳିତ ଦରଖାସ୍ତ ଶ୍ରୀ ପଣ୍ଡାଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories