www.samajalive.in
Monday, December 15, 2025
16.1 C
Bhubaneswar

ଉଦଳା ଡାକ୍ତରଖାନାରେ ଉତ୍ତେଜନା, ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଉଦଳା: ଉଦଳା ଏନଏସି ଅଞ୍ଚଳରୁ କିଛି ମାସ ତଳେ ସୁନା ସଫା ଆଳରେ ଜଣେ ଯୁବକ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଉକ୍ତ ଅଭିଯୁକ୍ତକୁ ଗତକାଲି ବିଳମ୍ବିତ ରାତିରେ ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ଅଞ୍ଚଳରୁ ଉଦଳା ପୁଲିସ ଗିରଫ କରି ଥାନାକୁ ଆଣିଥିଲେ। ଆଜି ତାର ଅବସ୍ଥା ଗୁରୁତର ହେବାରୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାର ମୃତ୍ୟୁ ଘଟିଥିଲା। ପୁଲିସ ମାଡ଼ରେ ଯୁବକଙ୍କର ହାଜତରେ ମୃତ୍ୟୁ ହୋଇଥିବା ପ୍ରଚାର ହେବା ଫଳରେ ଏସପି ଓ ସାଇନଣ୍ଟିଫିକ ଟିମ ଥାନା ସହ ଉଦଳା ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ତନାଘନା ତଦନ୍ତ ଜାରି ରହିଛି। ମୃତକଙ୍କ ନାମ ପ୍ରଦିପ କୁମାର ଦାସ (୩୫) ଓ ଘର ମନ୍ଦାର ପୁର ରେମୁଣା ଥାନା ବୋଲି ଜଣାଯାଇଛି। ଉଦଳା ଡାକ୍ତରଖାନାରେ ମୃତକଙ୍କ ପରିବାର ବର୍ଗ ଆସିବା ପରେ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories