www.samajalive.in
Sunday, December 7, 2025
14.1 C
Bhubaneswar

କାଜୁ ବଗିଚା ମାଲିକାନାକୁ କେନ୍ଦ୍ରକରି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ 

ବେଗୁନିଆ  : ବେଗୁନିଆ ଥାନା କୋତଳାଙ୍ଗ ଗ୍ରାମ ଗୋଡିପାଟଣା ମୌଜାର  ମାନପୁର ଓହଳରେ ଥିବା ଏକ କାଜୁ ବଗିଚାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଦୀର୍ଘ ବର୍ଷ ହେବ ଗଣ୍ଡଗୋଳ ଲାଗିରହିଛି ।ଏପରିକି ଏହି ଗଣ୍ଡଗୋଳ ଘଟଣା ଭଦ୍ରଲୋକ ମାନଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲେ ମଧ୍ୟ ଦୀନବନ୍ଧୁ ବଳିଆରସିଂହ ଏବଂ ତାଙ୍କ ଦୁଇ ପୁଅ ଦୀପକ ଓ ଲିପୁ ବଳିଆରସିଂହ ଭଦ୍ରଲୋକଙ୍କ କଥାକୁ ଅବମାନନା କରି ଶିବପ୍ରସାଦ ରାଉତରାୟ ଏବଂ ତାଙ୍କ ପରିବାର ଲୋକମାନଙ୍କ ଉପରେ ଅତ୍ୟାଚାର କରି ଚାଲିଛନ୍ତି ।ଗତ ୨ ତାରିଖ ଦିନ ବଡ ପୁଅ ଦୀପକ ଏକ କଟୁରି ଧରି କାଜୁ ବଗିଚାକୁ ଆସି ସେମାନଙ୍କୁ ଜୀବନରେ ମାରିଦେବାପାଇଁ ଧମକ ଦେଇଥିଲା । ଏ ସଂକ୍ରାନ୍ତରେ ଶିବପ୍ରସାଦ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ । ଗତବର୍ଷ ମଧ୍ୟ ଏହି କାଜୁ ବଗିଚାରେ ଗଣ୍ଡଗୋଳ ଘଟିଥିଲା ।
ଶିବପ୍ରସାଦ କାଜୁ ବଗିଚାରେ କରିଥିବା କୁଡ଼ିଆ ଘରେ ନିଆଁ ଲଗାଇ ପୋଡି ଦିଆଯାଇଥିଲା । ସେ ସମୟରେ ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । ବେଗୁନିଆ ପୁଲିସ ଉଭୟ ପକ୍ଷଙ୍କୁ ଡାକି ଗ୍ରାମର ପୂର୍ବତନ ସମିତି ସଭ୍ୟ ବିବେକାନନ୍ଦ ରାଉତରାୟଙ୍କ ମଧ୍ୟସ୍ଥତାରେ ଘଟଣାର ସମାଧାନ କରିବାକୁ କହିଥିଲେ । ଘଟଣାର ସମାଧାନ ହେବା ପରେ ଦିନବନ୍ଧୁଙ୍କ ପରିବାର ତାହାକୁ ଅବଜ୍ଞା କରି ଶିବପ୍ରସାଦଙ୍କ ପରିବାର ଉପରେ ଅତ୍ୟାଚାର କରି ଆସୁଛନ୍ତି । ଫଳସ୍ୱରୂପ ଗତକାଲି୯ ଟା ସମୟରେ ଶିବପ୍ରସାଦ ରାଉତରାୟ ଏବଂ ତାଙ୍କର ପତ୍ନୀ ପୁଲକ ଜ୍ୟୋତ୍ସ୍ନା ରାଉତରାୟ କାଜୁ ବଗିଚାକୁ ବାଡ଼ ବନ୍ଦୀ କରିବା ପାଇଁ ଯାଇଥିବା ସମୟରେ ଦିନବନ୍ଧୁଙ୍କ ଦୁଇପୁଅ ଏବଂ ତାଙ୍କ ମା ହାତରେ ଭୁଜାଲି,ଟାଙ୍ଗିଆ ଏବଂ କଟୁରି ଧରି ଶିବପ୍ରସାଦ ଏବଂ ତାଙ୍କ ପତ୍ନୀଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଫଳରେ ଶିବଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କ ହାତର କାଣି ଆଙ୍ଗୁଠିଟି କଟିଯାଇଛି ।ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିବାବେଳେ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କର ପତ୍ନୀ ମଧ୍ୟ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି ।ତାଙ୍କର କାନଫୁଲ ଏବଂ ମଙ୍ଗଳସୁତ୍ର ଟି ମଧ୍ୟ ନେଇଯାଇଛନ୍ତି ବୋଲି ସେ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।ଗତକାଲି ଠାରୁ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିବାବେଳେ ଆଜି ଅପରାହ୍ନ ସୁଦ୍ଧା ଥାନାରେ କେଶ ପଞ୍ଜିକୃତ ହୋଇନଥିଲା ।ଅପରାହ୍ନ ରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ସମ୍ପୃକ୍ତ ଗ୍ରାମରେ ପଂହଁଚି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories