କଣ୍ଟାବାଡ଼ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମି ଫାଇନାଲ ଲାଇନଅପ୍ ଚୂଡାନ୍ତ

ବେଗୁନିଆ: କଣ୍ଟାବାଡ଼ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ କ୍ୱାର୍ଟରଫାଇନାଲରେ କୁମ୍ଭାରବସ୍ତ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ ୫ ଉଇକେଟରେ ବାଙ୍କି ଆଥଲେଟିକ ଆସୋସିଏସନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି। ବୁଧବାର ଦିନ କୁମ୍ଭାରବସ୍ତ ବନାମ ଖୋର୍ଦ୍ଧା ମଧ୍ୟରେ ପ୍ରଥମ ସେମି ଫାଇନାଲ ଏବଂ ୩୧ ତାରିଖ ଦିନ ମଞ୍ଚେଶ୍ୱର ବନାମ ନଂପୁଟ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ମଙ୍ଗଳବାର ଦିନ ଖେଳାଯାଇଥିବା ଅନ୍ତିମ କ୍ୱାର୍ଟର ଫାଇନାଲରେବାଙ୍କି ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୮ ଓଭର ଏକଟି ବଲରେ ୧୧୦ ରନକରି ଅଲ ଆଉଟ ହୋଇଯାଇଥିଲେ ।ଜବାବରେ କୁମ୍ଭାରବସ୍ତ ଟିମ ୧୧୧ ରନବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରି୧୫.୪ଓଭର ରେ ୫ ଉଇକେଟ ହରାଇ ବିଜୟୀ ହୋଇଥିଲା।

 

prayash

କୁମ୍ଭାରବସ୍ତ ପକ୍ଷରୁ ସନ୍ତୋଷ ଜେନା ୩୦ ବଲରେ ୫ଟି ଚୌକା ଏବଂ୩ ଟି ଛକା ସହାୟତାରେ ୫୨ ରନ କରିଥିଲେ। ୪ ଓଭରରେ ମାତ୍ର ୧୮ ରନବିନିମୟରେ ୪ ଟି ଉଇକେଟ ନେଇ ଦଳର ବିଜୟରେ ଭୂମିକା ଗ୍ରହଣ କରିଥିବା ମାନସ ମହାରଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।ଇଣ୍ଡିଆନ ବ୍ୟାଙ୍କର ଅଧିକାରୀ ସତ୍ୟବାଦୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପକ ଦଳେଇ ମେମୋରିଆଲ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଶରତଚନ୍ଦ୍ର ତ୍ରିପାଠୀ ଏବଂ ଶ୍ରୀକାନ୍ତ ବାହିନୀପତି ମ୍ୟାଚ ପରିଚାଳନା କରିଥିବାବେଳେ ସୌମ୍ୟରଂଜନ ପାଣିଗ୍ରାହୀ, ସୌମ୍ୟରଂଜନ ମହାପାତ୍ର, ପ୍ରଦୀପ କୁମାର ମହାପାତ୍ର, ଶୁଭାଶିଷ ପାଣିଗ୍ରାହୀ ଜ୍ଞାନରଞ୍ଜନ ଜେନା, ସମ୍ବିତ କୁମାର ସାହୁ ସହଯୋଗ କରିଥିଲେ ।

kalyan agarbati

Comments are closed.