ସମ୍ବଲପୁର: ସମ୍ବଲପୁର ଯୁଯୋମୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯୁଯୋମୁରା ଠାରେ ଲିଙ୍ଗ ନିରୁପଣ ନିଷେଧ ଓ କନ୍ୟା ଦିବସ ପାଳନ ଉପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଯୁଯୋମୁରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶୋଭାଯାତ୍ରା ଯୁଯୋମୁରା ଗ୍ରାମ ପରିକ୍ରମା କରିଥିଲା। ଶୋଭାଯାତ୍ରାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟାନନ୍ଦ ପ୍ରଧାନ ଶୁଭାରମ୍ଭ କରିଥିଲେ। କନ୍ୟା ସନ୍ତାନ, ଅମୁଲ୍ୟ ରତ୍ନ, ବେଟି ବଚାଓ ବେଟି ପଡାଓ ସ୍ଲୋଗାନ ଦେଇ ଶୋଭାଯାତ୍ରା ପରିକ୍ରମା କରିଥିଲା। ଏଥିରେ ଯୁଯୋମୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜନସ୍ୱାସ୍ଥ୍ୟ ଅଧିକାରୀ ଅଗସ୍ତି ଚରଣ ଗଡ଼ତିଆ, ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ସଞ୍ଜିବ ସାହୁ, ସ୍ୱାସ୍ଥ୍ୟ କର୍ମୀ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଯୁଯୋମୁରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଏକ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହା ସହ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏନେଇ ଆଜି ସଂଧ୍ୟାରେ ଯୁଯୋମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଚନା ଦେଇଛନ୍ତି।
Popular Categories



