www.samajalive.in
Sunday, December 14, 2025
23.1 C
Bhubaneswar

ସେନପାର୍କ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ

ସମ୍ବଲପୁର: ସମ୍ବଲପୁରର ସହରରେ ସରକାରୀ ଜବରଦଖଲ ସ୍ଥାନ ଗୁଡିକୁ ଅବରୋଧ ମୁକ୍ତ ପାଇଁ ମହାନଗର ନିଗମ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ନିଗମ କାର୍ଯ୍ୟାଳୟର କାର୍ଯ୍ୟକାରୀ ବିଭାଗ ପକ୍ଷରୁ ଅଧିକାରୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ସେନ ପାର୍କ ଅଞ୍ଚଳରେ ରାସ୍ତାକୁ ଦଖଲ କରିଥିବା ବେଆଇନ ଦୋକାନ ଘର ଗୁଡିକୁ ଭଙ୍ଗା ଯାଇ ଉଚ୍ଛେଦ କରାଯାଇଛି। ସେନ ପାର୍କ ଦେଇ ଯାଇଥିବା ରାସ୍ତାକୁ ଜବରଦଖଲ କରାଯାଇଥିବାରୁ ଜିଲା ସ୍କୁଲ ଛକରୁ ଶକ୍ତି ସଂଘ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ନିୟମିତ ଟ୍ରାଫିକ ସମସ୍ୟା ଉତ୍ପନ୍ନ ହେଉଥିଲା। ଏଣୁ ରାସ୍ତାକୁ ଆଗାମୀ ଦିନରେ ପ୍ରଶସ୍ତିକରଣ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories