www.samajalive.in
Sunday, December 14, 2025
14.1 C
Bhubaneswar

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲା ଓ ବ୍ଲକ ପ୍ରଶାସନ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ୧୫୩ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ଦୃଷ୍ଟି ଶକ୍ତି ବାଧିତ ଡାକ୍ତର ଏମ୍ ସୁରେଶ କୁମାର, ଶ୍ରବଣ ଶକ୍ତି ଡାକ୍ତର ସଂଘମିତ୍ରା ପାତ୍ର, ବାକ ଶକ୍ତି ଡାକ୍ତର ସୁପ୍ରଭା ପଣ୍ଡା, ବୌଧିକ ଅକ୍ଷମତା ଡାକ୍ତର ସୁରେଶ ଚନ୍ଦ୍ର ଦେ, ଅସ୍ଥିଶଲ୍ୟ ଡାକ୍ତର ଏଲ କେ ସ୍ୱାମୀ, ଡାକ୍ତର ମମତା ଶତପଥୀ, ଡାକ୍ତର ମୀନକେତନ ଗମାଙ୍ଗ, ଡାକ୍ତର ଜଗନ୍ନାଥ ନାୟକ ସମେତ ସ୍ଥାନୀୟ ଭାମ୍ୟମାଣ ଡାକ୍ତର ପ୍ରକାଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ରୋଗୀ ଚିକିତ୍ସା କରିଥିଲେ। ସେଥିରୁ ୧୬ ଜଣ ଦୃଷ୍ଟିହୀନ, ୨୧ଜଣ ଶ୍ରବଣ, ୬୪ ଜଣ ଦିବ୍ୟାଙ୍ଗ, ୪୭ଜଣ ପାଗଳ ଓ ୫ଜଣ ମସ୍ତିଷ୍କ ବିକୃତି ରୋଗୀ ରୋଗ ପରୀକ୍ଷା କରିଥିଲେ। ଏଥିରେ ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories