www.samajalive.in
Wednesday, December 10, 2025
26.1 C
Bhubaneswar

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲା ଓ ବ୍ଲକ ପ୍ରଶାସନ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ୧୫୩ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ଦୃଷ୍ଟି ଶକ୍ତି ବାଧିତ ଡାକ୍ତର ଏମ୍ ସୁରେଶ କୁମାର, ଶ୍ରବଣ ଶକ୍ତି ଡାକ୍ତର ସଂଘମିତ୍ରା ପାତ୍ର, ବାକ ଶକ୍ତି ଡାକ୍ତର ସୁପ୍ରଭା ପଣ୍ଡା, ବୌଧିକ ଅକ୍ଷମତା ଡାକ୍ତର ସୁରେଶ ଚନ୍ଦ୍ର ଦେ, ଅସ୍ଥିଶଲ୍ୟ ଡାକ୍ତର ଏଲ କେ ସ୍ୱାମୀ, ଡାକ୍ତର ମମତା ଶତପଥୀ, ଡାକ୍ତର ମୀନକେତନ ଗମାଙ୍ଗ, ଡାକ୍ତର ଜଗନ୍ନାଥ ନାୟକ ସମେତ ସ୍ଥାନୀୟ ଭାମ୍ୟମାଣ ଡାକ୍ତର ପ୍ରକାଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ରୋଗୀ ଚିକିତ୍ସା କରିଥିଲେ। ସେଥିରୁ ୧୬ ଜଣ ଦୃଷ୍ଟିହୀନ, ୨୧ଜଣ ଶ୍ରବଣ, ୬୪ ଜଣ ଦିବ୍ୟାଙ୍ଗ, ୪୭ଜଣ ପାଗଳ ଓ ୫ଜଣ ମସ୍ତିଷ୍କ ବିକୃତି ରୋଗୀ ରୋଗ ପରୀକ୍ଷା କରିଥିଲେ। ଏଥିରେ ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories