www.samajalive.in
Monday, December 15, 2025
17.1 C
Bhubaneswar

ସାହିଦ କପୁର କିଣିଲେ ଏହି ଏସୟୁଭି, ଦାମ୍ ୪ କୋଟିରୁ ଅଧିକ

ମୁମ୍ବଇ : ବଲିଉଡର ଲୋକପ୍ରିୟ ଅଭିନେତା ସାହିଦ କପୁର ନିଜ ଦ୍ବିତୀୟ ମର୍ସିଡିଜ୍ ମେବ୍ୟାକ୍ ଜିଏଲଏସ୬୦୦ ଏସୟୁଭି କିଣିଛନ୍ତି । ପୂର୍ବରୁ ତାଙ୍କ ଗ୍ୟାରେଜରେ ଜିଏଲଏସ୬୦୦ ଏସୟୁଭି ଥିଲା । କିନ୍ତୁ ଏଥର ସେ ଅଧିକ ଦାମୀ ମଡେଲ ନାଇଟ୍ ସିରିଜ୍ ମେବ୍ୟାକ୍ କିଣିଛନ୍ତି ଯାହାର ଦାମ୍ ୪.୪ କୋଟି ଟଙ୍କା । ଏହା ଭାରତର ପ୍ରଥମ ମେବ୍ୟାକ୍ ଜିଏଲଏସ୬୦୦ ନାଇଟ୍ ସିରିଜ୍ ମଡେଲ ଯାହା ଏକ ଲିମିଟେଡ୍ ଏଡିସନ୍ ମଡେଲ ।

ନିକଟରେ ସାହିଦ କପୁର ନିଜ ନୂଆ ମେବ୍ୟାକ୍ ଚଲାଉଥିବା ନଜର ଆସିଥିଲେ । ଏହା ବ୍ୟତୀତ ସେ ମୁମ୍ବଇ ବିମାନବନ୍ଦରରେ ମଧ୍ୟ ଏହି ଗାଡି ସହିତ ନଜର ଆସିଥିଲେ । ଭିଡିଓକୁ ମେବ୍ୟାକଇନଇଣ୍ଡିଆ ନାମକ ଇନଷ୍ଟାଗ୍ରାମ ପେଜରୁ ସେୟାର କରାଯାଇଛି ।

- Advertisement -

ଏଥିରେ ୧୨.୩ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ମିଳିଥାଏ । ଏହା ବ୍ୟତୀତ ୨୭ ସ୍ପିକରର ହାଇ ଫିଡେଲିଟି ସାଉଣ୍ଡ ସିଷ୍ଟମ ମିଳିଥାଏ । ଏହା ସହିତ ୬୪ କଲର ଏମ୍ବିଏଣ୍ଟ ଲାଇଟିଂ ମିଳେ । କ୍ୟାପ୍ଟେନ୍ ସିଟ୍ ସହ ଭେଣ୍ଟିଲେସନ, ହିଟିଂ, ମସାଜ ଓ ରିକ୍ଲାଇନିଂ ଫଙ୍କସନ୍ ମଧ୍ୟ ମିଳିଥାଏ ।

ଏହି ଏସୟୁଭିରେ ୪.୦ ଲିଟର ଟ୍ବିନ୍ ଟର୍ବୋଚାର୍ଜ୍ଡ ଭି୮ ଇଞ୍ଜିନ ଦିଆଯାଇଛି ଯାହା ୫୫୦ ବିଏଚପିର ପାଓ୍ବର ଓ ୭୭୦ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ଏହା ୯ ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ସହ ଆସିଥାଏ । କାର୍ ଭଳି ସାହିଦ ବାଇକର ମଧ୍ୟ ଦିଓ୍ବାନା । ନିକଟରେ ସେ ୧୧.୧୨ ଲକ୍ଷ ଟଙ୍କାର ଡୁକାଟି ସ୍କ୍ରାମ୍ବଲର ୧୧୦୦ ସ୍ପେଶାଲ ବାଇକ୍ କିଣିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories