ହରଭଙ୍ଗା : ହରଭଙ୍ଗା ତହସିଲ ଅନ୍ତର୍ଗତ ଚାରିଛକ -ହରଭଙ୍ଗା ପୂର୍ତ ରାସ୍ତାର କରଞ୍ଜକଟା ନିକଟରୁ ମଙ୍ଗଳବାର ରାଜସ୍ୱ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରି ଏଆରଏସଏସ କମ୍ପାନୀର ୭ ଗୋଟି ଚିପିସ ଏବଂ ଡଷ୍ଟ ବୋଝେଇ ହାଇୱାକୁ ଜବତ କରିଥିବା ଜଣାପଡିଛି। ଜବତ ପରେ ପୁରୁଣାକଟକ ପୁଲିସକୁ ସମସ୍ତ ଗାଡିକୁ ଜିମା ଦିଆଯାଇଛି। ଖବରପାଇ ବୌଦ୍ଧ ଖଣି ଅଧିକାରୀ ମନୋହର ମହନ୍ତ ପୁରୁଣାକଟକ ଥାନାରେ ପହଂଚି ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରୁଛନ୍ତି। ଗତ କିଛିଦିନ ହେଲା ହରଭଙ୍ଗା ଅଞ୍ଚଳରୁ ବେନିୟମ ଭାବେ ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ ନେଇ ଏନ୍ଫୋର୍ସମେଣ୍ଟ ଟିମ ବିଭିନ୍ନ ସମୟରେ ଲଗାତାର ଚଢ଼ାଉ ଜାରି ରଖିଛି। ଏ ସମ୍ପର୍କରେ ବୌଦ୍ଧ ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ କାଗଜପତ୍ର ଯାଞ୍ଚ ପରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍..
ମୌନୀ ଅମାବାସ୍ୟାରେ ବାସ୍ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..



