www.samajalive.in
Sunday, December 7, 2025
26.1 C
Bhubaneswar

ବେଗୁନିଆ ମିଡିଆ ହାଉସ ଗଠନ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ଗଡମାଣତୀରସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ବିବେକାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସାମ୍ବାଦିକମାନଙ୍କ ମଧ୍ୟରେ ପ୍ରଥମେ ବ୍ଲକ ଅଞ୍ଚଳରେ ଥିବା ଜନସାଧାରଣଙ୍କ ସମସ୍ୟା ସହିତ ସାମ୍ବାଦିକମାନେ ସଂଗଠିତ ନଥିବା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଠାରେ କୌଣସି ସାମ୍ବାଦିକ ସଂଘ ନଥିବା ଯୋଗୁଁ ବେଗୁନିଆ ମିଡିଆ ହାଉସ ନାମରେ ଏକ ସଂଘ ଗଠନ କରାଯାଇଥିଲା । ଏହି ସଂଘ ଆଗାମୀ ଦିନରେ ସ୍ଥାନୀୟ ପ୍ରଶାସନ ସହିତ ସୁସମ୍ପର୍କ ରଖି ଅଞ୍ଚଳର ଜନସାଧାରଣଙ୍କ ଥିବା ବିଭିନ୍ନ ସମସ୍ୟା ଗୁଡିକର କିପରି ଆଶୁ ସମାଧାନ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସାମ୍ବାଦିକ ମାନେ ନିଜ ସ୍ୱାର୍ଥକୁ ଗୌଣ ମନେ କରି ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ସମସ୍ୟାକୁ ସବୁବେଳେ ମୁଖ୍ୟ ମନେକରି କାର୍ୟ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ ।

ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟନାରାୟଣ ପାଇକରାୟ ଏବଂ କୋଷାଧ୍ୟକ୍ଷ ଶରତଚନ୍ଦ୍ର ବାରିକ ପର୍ୟ୍ୟବେକ୍ଷକ ଭାବେ ଯୋଗ ଦେଇ କର୍ମକର୍ତ୍ତାନିର୍ବାଚନ କରିଥିଲେ । ସଭାପତି-ଗୋବିନ୍ଦ ଚନ୍ଦ୍ର ରଥ, ଉପସଭାପତି-ଶୁଭ୍ରାନ୍ତ କୁମାର ସାହୁ, ସମ୍ପାଦକ -ସୁକାନ୍ତକୁମାର ପରିଡା, ସହ ସମ୍ପାଦକ -ଗୋବିନ୍ଦଚନ୍ଦ୍ର ଖୁଣ୍ଟିଆ, ଯୁଗ୍ମ ସମ୍ପାଦକ -ରାକେଶ ବାହୁବଳେନ୍ଦ୍ର ଏବଂ କୋଷାଧ୍ୟକ୍ଷ -ମାନସରଞ୍ଜନ କର ନିର୍ବାଚିତ ହୋଇଥିବାବେଳେ ଉପଦେଷ୍ଟା ଭାବେ ବିବେକାନନ୍ଦ ମିଶ୍ର ଏବଂ ମାନସ ରଞ୍ଜନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା ।ସାମ୍ବାଦିକ ଯୋଗେଶ୍ୱର ପଣ୍ଡା, ଗୋପବନ୍ଧୁ ରାଉତରାୟ, ମିହିର ରଞ୍ଜନ ମହାପାତ୍ର, ଜାଗେଶ୍ୱର ପ୍ରଧାନ, ଅଜୟ ସେଠୀ ଏବଂ ସର୍ବେଶ୍ୱର ପ୍ରଧାନ ପ୍ରମୁଖ ସଭା ପରିଚାଳନା କରିଥିଲେ ।ଶେଷରେ ଶରତଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories