ଜବରଦଖଲ ଉଚ୍ଛେଦ ଦାବିରେ ସିକୋ ଆରଆଇ ଅଫିସ ଆଗରେ ଚାଲିଥିବା ଧାରଣା ପ୍ରତ୍ୟାହୃତ 

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ଥିବା ଦୋଳ ପଡିଆକୁ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ଦୋକାନ ଘର ନିର୍ମାଣ କରି ଭଡା ଲଗାଇଛନ୍ତି। ଫଳରେ ଦୋଳପଡ଼ିଆଟି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଏଠାରେ ଜବରଦଖଲକାରୀଙ୍କ ଯୋଗୁଁ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ନଜର ନଦେବା ପରିତାପର ବିଷୟ। ଯୁଗ ଯୁଗ ଧରି ଲୋକମାନଙ୍କ ସ୍ୱାର୍ଥରେ ଲାଗୁଥିବା ଦୋଳପଡ଼ିଆଟି ପ୍ରଶାସନିକ ନୀରବତା ଯୋଗୁଁ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି। ଗ୍ରାମବାସୀମାନେ ବାରମ୍ବାର ତହସିଲ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ଏ ସଂକ୍ରାନ୍ତରେ ଅଭିଯୋଗ କରି ଆସିଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବ ରହି ପରୋକ୍ଷରେ ଜବରଦଖଲକାରୀ ମାନଙ୍କୁ ପ୍ରୋସ୍ଥାହନ ଯୋଗାଇ ଦେଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀମାନେ ପ୍ରଶାସନ ଉପରୁ ବିଶ୍ୱାସ ହରାଇ ଆଜି ବୁଧବାରଠାରୁ ସିକୋ ଆର ଆଇ ଅଫିସ ଆଗରେ ପତିତପାବନ ଦୋଳ କମିଟି, ଗ୍ରାମ୍ୟ କମିଟି ଏବଂ ଶାନ୍ତି କମିଟିର ସଭ୍ୟମାନେ ଧାରଣାରେ ବସିରହିଥିଲେ।

prayash

ଜବରଦଖଲକାରୀ ମାନଙ୍କୁ ଏଠାରୁ ହଟା ନ ଯିବା ପର୍ୟ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଭ୍ୟମାନେ ନିଷ୍ପତ୍ତି ନେଇ ବସି ରହିଥିଲେ। ଘଟଣା ସମ୍ପର୍କରେ ଜାଣି ଜଙ୍କିଆ ଥାନା ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆ ଦିନ ୧ଟା ସମୟରେ ଏବଂ ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ଦିନ ୩ଟାରେ ଧାରଣା ସ୍ଥଳରେ ପହଞ୍ଚି ଧାରଣାରତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସମ୍ପୃକ୍ତ ଦୋଳ ପଡ଼ିଆରେ ଜବରଦଖଲକାରୀମାନେ କରିଥିବା ଘରେ ହୋଇଥିବା ଦୋକାନ ବଜାର ନ ଖୋଲିବା ପାଇଁ ସେମାନଙ୍କୁ ତାଗିଦ କରିଥିଲେ। ଏକ ମାସ ମଧ୍ୟରେ ଉଚ୍ଛେଦ କାର୍ୟ୍ୟ ତ୍ୱରାନ୍ୱିତ ହେବ ବୋଲି ଉଭୟ ଅଧିକାରୀ ଲୋକମାନଙ୍କୁ ପ୍ରତିଶୃତି ଦେବା ପରେ ଲୋକମାନେ ଧାରଣା ସ୍ଥଳରୁ ଉଠି ଯାଇଥିଲେ।

kalyan agarbati

Comments are closed.