www.samajalive.in
Sunday, December 7, 2025
26.1 C
Bhubaneswar

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ବିଟ୍‌: ଉଭୟ ମାଆ ଓ ଶିଶୁ ପାଇଁ ରାମବାଣ

ଗର୍ଭାବସ୍ଥାରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ଖାସ୍‌ କରି ଫଳ ଏବଂ ପନିପରିବା ଭରପୂର ମାତ୍ରାରେ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ତନ୍ମଧ୍ୟରୁ ବିଟ୍‌ ଏପରି ଏକ ପରିବା, ଯାହା ଗର୍ଭବତୀମାନଙ୍କ ପାଇଁ ମହୌଷଧୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଆସନ୍ତୁ ଜାଣିବା ଗର୍ଭବତୀ ମହିଳା ନିୟମିତ ବିଟ୍‌ ଖାଇବା ଦ୍ବାରା କି ଉପକାର ମିଳିଥାଏ –

– ବିଟ୍‌ରେ ପ୍ରଚୁର ମାତ୍ରାରେ ଫାଇବର, ଫଲେଟ, ପୋଟାସିୟମ, ମାଙ୍ଗାନିଜ, ଆଇରନ ଏବଂ ଭିଟାମିନ-ସି ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢିଥାଏ। ଯାହା ଉଚ୍ଚ ରକ୍ତଚାପ ସମସ୍ୟା କମ୍‌ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ବ ଗର୍ଭରେ ଥିବା ଭ୍ରୁଣର ବିକାଶ କରିବାରେ ସହାୟକ ହୋଇଥାଏ।

- Advertisement -

– ବିଟ୍‌ରେ ଥିବା ଫଲିକ୍ ଏସିଡ୍ ଗର୍ଭସ୍ଥ ଶିଶୁର ବିକାଶ କରିବା ସହ ସ୍ୱାସ୍ଥ୍ୟକର ଟିସୁର ବିକାଶ ମଧ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ଼ ମଜବୁତ ହେବା ସହ ମସ୍ତିଷ୍କର ବିକାଶ କରିଥାଏ। ଏହା ବ୍ୟତୀତ ଶିଶୁର ଜନ୍ମଜାତ ଦୋଷ ଦୂର ହୋଇଥାଏ।

– ଏନିମିଆ ଠାରୁ ଦୂରେଇ ରଖିଥାଏ ବିଟ୍‌। ଏହା ବ୍ୟତୀତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ତେଣୁ ଗର୍ଭବତୀ ମହିଳା ପ୍ରତିଦିନ ଅଳ୍ପ ଅଳ୍ପ ବିଟ୍‌ ଖାଇବା ଉଚିତ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗର୍ଭସ୍ଥ ଶିଶୁର ରୋଗ ପ୍ରତାରୋଧକ ଶକ୍ତି ମଧ୍ୟ ବଢାଇଥାଏ।

– ମହିଳା ଗର୍ଭବତୀ ହେବା ସମୟରେ ଜେଷ୍ଟନାଲ ମଧୁମେହ ହେବାର ସମ୍ଭାବନା ରହିଥାଏ। ତେଣୁ ଗର୍ଭାବସ୍ଥାରେ ବିଟ୍‌ ଖାଇବା ଦ୍ୱାରା ଏହି ଆଶଙ୍କା ଦୂର ହୋଇଥାଏ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories