ଉଚ୍ଚ ରକ୍ତଚାପ ଠାରୁ ଦୂରେଇ ରଖେ ଏହି ଜୁସ
ପ୍ରାତଃ ଭ୍ରମଣ କରି ସାରିବା ପରେ ଆମେ ସ୍ବାସ୍ଥ୍ୟ ପାଇଁ ଅନେକ ପ୍ରକାରର ଜୁସ ପିଇଥାଉ। ତାହାକୁ ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ବିଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ବିଟ ଜୁସରେ ଭିଟାମିନ ସି, ସିଲିକା, ଫଲିକ ଏସିଡ ଓ ପୋଟାସିୟମ ରହିଛି।
ବିଟ ଜୁସ ନିୟମିତ ପିଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ ହୋଇଥାଏ।
ଏହାସହ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ବିଟ ଜୁସକୁ ପିଇବା ଦ୍ବାରା ହଜମ ଠିକ ଭାବେ ହୋଇ ପେଟ ସଫା ହୋଇଥାଏ।
ଏହାଦ୍ବାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ସଠିକ ଭାବେ କାର୍ଯ୍ୟ କରିଥାଆନ୍ତି।
ପ୍ରତ୍ୟେକ ଦିନ ଜୁସ ପିଇବା ଦ୍ବାରା ରକ୍ତରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ।
ଏହା ମେଦ ବହୁଳତା ଓ ହୃଦଘାତ ପରି ସମସ୍ୟା ଠାରୁ ଦୂରେଇ ରଖିଥାଏ ବୋଲି କୁହାଯାଇଛି।