ମହୁ ମାଛି ଆକ୍ରମଣ ରେ ୨ ଗୁରୁତର

କଣ୍ଟାବାଞ୍ଜି – କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଡ଼ଙ୍ଗରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସାଲେପଡା ଗାଁରେ ମହୁମାଛି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଗ୍ରାମର ଯୁବକ ବିରବଲ ଭୋଇ ଓ ଧନଞ୍ଜୟ ଭୋଇ ଚାଷ ଜମିକୁ ଯାଇଥିବା ବେଳେ, ମହୁ ମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments are closed.