www.samajalive.in
Monday, December 15, 2025
24.1 C
Bhubaneswar

ଛାତ୍ର ଗୋଡ଼ରେ ବେଡ଼ି ପକାଇଲେ ପ୍ରଧାନ ଶିକ୍ଷକ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି । ବେଗୁନିଆ ୟୁଜିୟୁପି ସ୍କୁଲର ଚତୁର୍ଥଶ୍ରେଣୀରେ ପାଠ ପଢ଼ୁଥିବା ନିକଟସ୍ଥ କମାରଖାଲିଆ ଗାଁର ମଳୟ ସିଂ(୯) ନାମକ ଛାତ୍ରଙ୍କ ଗୋଡ଼ରେ ଦୀର୍ଘ ପ୍ରାୟ ୧୫ଦିନ ହେବ ଏହି ବେଡ଼ି ପଡ଼ିଥିବା ଅଭିଯୋଗ ହୋଇଛି ।

ସବୁ ସୀମା ଟପି ତଥା ମାନବିକତା ଭୁଲିଯାଇ ପ୍ରଧାନ ଶିକ୍ଷକ ରଘୁନାଥ ବାଗୁଡ଼ାଇଙ୍କ କଥାରେ ଏହି ଛାତ୍ରଙ୍କ ଗୋଡ଼ରେ ଶିକୁଳି ଲଗାଇ ଛାତ୍ରାବାସର ଖଟ ବାଡ଼ାରେ ବନ୍ଧା ଯାଇଥିବା ଅଭିଯୋଗ ହୋଇଛି । ଏପରିକି ପିଲାଟିକୁ ସ୍କୁଲକୁ ପାଠ ପଢ଼ିବାକୁ ଛଡ଼ା ନଯାଇ ସେହି ଛାତ୍ରାବାସରେ ହିଁ ଛାତ୍ରଜଣକ ଏକପ୍ରକାର ବନ୍ଦୀ ଜୀବନ କାଟୁଥିଲା । ଆଜି ଉକ୍ତ ସ୍କୁଲର ଅନ୍ୟ ଜଣେ ଶିକ୍ଷକ ଏଭଳି ଦୃଶ୍ୟ ଦେଖି ଚକିତ ହୋଇ ଉଠିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ପରିସ୍ଥିତି ଜଟିଳ ଆଡ଼କୁ ଗତି କରିଛି । ପ୍ରଧାନ ଶିକ୍ଷକଙ୍କ ଏଭଳି ବର୍ବରତା ସମ୍ପର୍କରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମଧ୍ୟ ଏଭଳି ଅମାନୁଷିକ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି । ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପଚରାଯିବାରୁ ସେ ଉପରୋକ୍ତ ଅଭିଯୋଗ ମିଥ୍ୟା ବୋଲି କହିବା ସହ ଛାତ୍ର ଜଣକ ଘରକୁ ପଳାଇ ଯାଉଥିବା ଯୋଗୁ ତାଙ୍କ ବାପା ଆଜି ଛାତ୍ରାବାସରେ ପହଞ୍ଚି ନିଜ ପୁଅକୁ ବାନ୍ଧି ପଳାଇ ଯାଇଥିବା କହିଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories