www.samajalive.in
Wednesday, December 10, 2025
17.1 C
Bhubaneswar

୮୮୮ ଆଦିମ ଜନଜାତି ଗାଁକୁ ସ୍ବୀକୃତି

ଭୁବନେଶ୍ବର: ଓଡ଼ିଶା ସରକାର ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ୮୮୮ଟି ଗ୍ରାମକୁ ଚିହ୍ନଟ କରି ପିଭଟିଜି ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିସହ ଢେଙ୍କାନାଳ, ଯାଜପୁର ଓ କେଉଁଝରଠାରେ ତିନୋଟି ନୂତନ ମାଇକ୍ରୋ ପ୍ରୋଜେକଫ ପ୍ରତିଷ୍ଠା କରାଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ପ୍ରାଚୀନ ଜନଜାତି ଗୋଷ୍ଠୀ (ପିଜିଭିଟି) ଅନୁନ୍ନତ ଓ ଦୁର୍ବଳ ଅଟନ୍ତି। ଭାରତରେ ଚିହ୍ନଟ ହୋଇଥିବା ୭୫ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ ୧୩ଟି ପିଭିଟିଜି ଓଡ଼ିଶାର ୧୨ଟି ଜିଲାରେ ବସବାସ କରିଥାନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ପର୍ଯ୍ୟାୟ କ୍ରମେ ଓଡ଼ିଶାରେ ୧୭ଟି ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲା। ସେଥିରେ ୫୪୧ଟି ଗ୍ରାମ ଅବା ଜନବସତିର ୯୦ ହଜାର ପିଭିଟିଜି ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି। ଓଡ଼ିଶା ସରକାର ଆଉ ଅଧିକ ଏକ ଲକ୍ଷ ୫ ହଜାର ପିଭିଟିଜିକୁ ଚିହ୍ନଟ କରି ସ୍ୱୀକୃତି ପ୍ରଦାନ କରିଛନ୍ତି। ୧୩ଟି ପିଭିଟିଜି ଗୋଷ୍ଠୀର ଜନଜାତିମାନେ ୧୧ଟି ଜିଲାର ୨୯ଟି ବ୍ଲକ୍‌ର ୧୬୦ଟି ଗ୍ରାମପଞ୍ଚାୟତର ୮୮୮ଟି ଅତିରିକ୍ତ ଗ୍ରାମ ଅବା ବସତିରେ ବସବାସ କରୁଛନ୍ତି। ସେହିପରି ତିନୋଟି ପିଭିଟିଜି ଗୋଷ୍ଠୀର ୫୫ ହଜାର ଜଣ ତିନୋଟି ଜିଲାର ୯ଟି ବ୍ଲକ୍‌ର ୭୬ଟି ଗ୍ରାମପଞ୍ଚାୟତର ୨୫୦ଟି ଗ୍ରାମରେ ବସବାସ କରୁଛନ୍ତିା ଏହି ତିନୋଟି ପ୍ରାଚୀନ ଜନଜାତି ଗୋଷ୍ଠୀ ହେଉଛନ୍ତି ବୀରହୋର୍, ଜୁଆଙ୍ଗ ଓ ପାଉଡି ଭୂୟଁା। ଏହି ତିନୋଟି ଜନଜାତି ଗୋଷ୍ଠୀଙ୍କ ପାଇଁ ରାଜ୍ୟରେ ତିନୋଟି ନୂତନ ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ପ୍ରତିଷ୍ଠା କରାଯାଇଛି। ପିଭିଟିଜି ଗ୍ରାମ ସ୍ୱୀକୃତି ପାଇବା ସହିତ ନୂତନ ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ଗଠିତ ହୋଇଥିବା ଅଞ୍ଚଳର ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଏକ ଲକ୍ଷ ୬୦ ହଜାର ଜଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବ। ଏହି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଜୀବନଜୀବିକା ନିର୍ବାହ, ସାମାଜିକ ସୁରକ୍ଷା ଓ ବିକାଶ ଅଧିକ ସମୃଦ୍ଧ ହୋଇପାରିବ। ଏହି ପିଭଟିିଜି ଗ୍ରାମ ସାମଲି ହେବା ସହିତ ନୂତନ ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ଗଠନ ପରେ ଓଡ଼ିଶାର ପ୍ରାଚୀନ ଜନଜାତି ସଂଖ୍ୟା ସମୁଦାୟ ୨ ଲକ୍ଷ ୫ ହଜାରରେ ପହଞ୍ଚିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories