www.samajalive.in
Wednesday, December 10, 2025
23.1 C
Bhubaneswar

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ମିଳିତ ଟିମ୍ ଉଛେଦ କରିବ ମିଳିତ ଟିମ୍ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି ।

ସେପଟେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ସାଲିଆ ସାହି ବାସିନ୍ଦାମାନେ ଜୋରଦାର ବିରୋଧ କରିଛନ୍ତି ।ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍‌ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି,  ତାହାକୁ ନେଇ ବସ୍ତିବାସିନ୍ଦାମାନେ ପ୍ରଶ୍ନ ଉଠାଇଛନ୍ତି । ଆଜି ଉଚ୍ଛେଦ ବେଳେ ବସ୍ତ ବାସିନ୍ଦାମାନେ ଧାରଣାରେ ବସିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories