www.samajalive.in
Monday, December 15, 2025
26.1 C
Bhubaneswar

ରାଜଧାନୀରୁ ସନ୍ଦିଗ୍ଧଙ୍କ ଘରୁ ୭ଟି ସିମ୍‌ ବକ୍ସ ଠାବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସନ୍ଦିଗ୍ଧଙ୍କ ଘରୁ ଶୁକ୍ରବାର ୭ଟି ସିମ୍‌ ବକ୍ସ ଠାବ କରାଯାଇଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହି ସିମ୍‌ ବକ୍ସ ଠାବ କରାଯାଇଛି । ସ୍ପେଶାଲ ସ୍କ୍ୱାଡ୍‌ ଓ ଲକ୍ଷ୍ମୀସାଗର ପୁଲିସ ମିଳିତ ଚଢାଉ କରି ସିମ୍‌ ବକ୍ସ ଜବତ କରିଛି । ସିମ୍‌ ବକ୍ସ ଠାବ ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ବିଭିନ୍ନ ଫ୍ରଡ୍‌ କଲ୍‌ କରିବାକୁ ଏହି ସିମ୍‌ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..


ଏହି ମାମଲାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଗଣ ମାଧ୍ୟମ ଆଗରେ କହିଛନ୍ତି ଯେ, ଲକ୍ଷ୍ମୀସାଗର ପୁଲିସ ଷ୍ଟେସନରେ ଏକ ଖବର ମିଳିଥିଲା ଜଣେ ବ୍ୟକ୍ତି ମହାଦେବ ନଗରରେ ଘର ଭଡା ନେଇ ରହିଛି । ତାହାର କାର୍ଯ୍ୟକଳାପ ସନ୍ଦେହ ଜନକ ରହିଛି । ୭ ,୮  ଦିନରେ ଥରେ ଘରକୁ ଆସି ପୁଣି ଘର ତାଲା ପକାଇ ପଳାଉଛି। ଏହି ତଥ୍ୟ ମିଳିବା ପରେ ଲକ୍ଷ୍ମୀସାଗର ପୁଲିସ ଉକ୍ତ ସନ୍ଦିଗ୍ଧ ଓ ଘର ଉପରେ ନଜର ରଖିଥିଲା । ଖବର ପାଇ ପୁଲିସ ମହାଦେବନଗର ଅଞ୍ଚଳରେ ଥିବା ଏହି ଘରେ ଚଢାଉ କରିଥିଲା । ଚଢାଉ ସମୟରେ ଏହି ସିମ୍‌ ବକ୍ସ ମିଳିଥିଲା । ଏଥିରେ ବହୁ ସଂଖ୍ୟାରେ ସିମ୍‌ ରହିଥାଏ । ଏହାକୁ ବ୍ୟବହାର କରି ଦେଶରେ ବିଭିନ୍ନ ସ୍ଥାନକୁ କଲ୍‌ କରିପାରିବ । କଲ୍‌ କେଉଁଠାରୁ ଆସୁଛି ତାହା ମଧ୍ୟ ଜଣାପଡିବ ନାହିଁ । ସାଇବର କ୍ରାଇମ ସହ ବାହାର ରାଜ୍ୟର କୌଣସି ପ୍ରକାର ର‌୍ୟାକେଟ୍‌ ଚଲାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ । ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିସିପି କହିଛନ୍ତି।

ବର୍ଷା ଦିନେ ଏମିତି ଚଲାନ୍ତୁ ଏସି ; ଖୁବ୍‌ କମ୍‌ ଆସିବ ବିଜୁଳି ବିଲ୍‌..

- Advertisement -

ରୁପା ବାସନରେ ଖାଇଲେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories