www.samajalive.in
Saturday, December 6, 2025
17.1 C
Bhubaneswar

ରୁଷର ବଡ଼ ସହର କବ୍‌ଜା କଲା ୟୁକ୍ରେନ

ସମାଜ ଡିଜିଟାଲ ଡେସ୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ୟୁକ୍ରେନ ସେନା ରୁଷ ଉପରେ ଭାରି ପଡିବାରେ ଲାଗିଛି। ୟୁକ୍ରେନ ରୁଷ ଆକ୍ରମଣର କଡ଼ା ମୁକାବିଲା କରିବା ସହିତ ଧୀରେ ଧୀରେ ରୁଷ ମାଟିରେ ପ୍ରବେଶ କରିବାରେ ସଫଳ​‌ ହେଉଛି। ରୁଷର ୧୦୦ ସୈନିକଙ୍କୁ ୟୁକ୍ରେନ ବନ୍ଦୀ କରିନେଇଥିବା ଘୋଷଣା କରିଛି। ରୁଷର ସୁଦଝା ଅଞ୍ଚଳକୁ ୟୁକ୍ରେନ ସେନା କବ୍‌ଜା କରିନେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଗୁରୁବାର ସୂଚନା ଦେଇଛନ୍ତି। ସୁଦଝା ରୁଷର ଏକ ବଡ଼ ସହର ଏବଂ ସୀମା ଅଞ୍ଚଳରେ ଦେଶର ଏକ ପ୍ରମୁଖ ପ୍ରଶାସନିକ କେନ୍ଦ୍ର। ସେଠାରେ ୟୁକ୍ରେନ ଏକ ସାମରିକ କାର୍ଯ୍ୟାଳୟ ମଧ୍ୟ ଖୋଲିଥିବା ନେଇ ଜେଲେନ୍‌ସ୍କି ଦାବି କରିଛନ୍ତି। ସେଠାକାର ନାଗରିକମାନଙ୍କୁ ମାନବତା ଦୃଷ୍ଟିରୁ ସହାୟତା ଯୋଗାଇ ଦିଆଯିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ଅନ୍ୟପଟେ ରୁଷ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ୟୁକ୍ରେନର ବରିଷ୍ଠ ସେନା କମାଣ୍ଡର କଲୋନେଲ ଜେନେରାଲ ଓଲେକ୍‌ସାଣ୍ଡର ସିର୍‌ସ୍କି କହିଛନ୍ତି, କିଭ୍‌ ପକ୍ଷରୁ ସୁଦଝା ସହରର କୁର୍ସ୍କ ଅଞ୍ଚଳରେ ଏକ ସାମରିକ କାର୍ଯ୍ୟାଳୟ ଖୋଲାଯାଇଛି। ୟୁକ୍ରେନ ସେନା ଏହି ଅଞ୍ଚଳକୁ ନିଜ କବ୍‌ଜାକୁ ନେଇଛି। ରୁଷର ଏହି ସହରର ପ୍ରାୟ ୧୧୫୦ ବର୍ଗ କିଲୋମିଟର ଅଞ୍ଚଳକୁ ଦଖଲ କରାଯାଇଥିବା ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories