www.samajalive.in
Monday, December 15, 2025
15.1 C
Bhubaneswar

ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜେନ୍ଦ୍ର ସମ୍ବର୍ଦ୍ଧିିତ, ସେପ୍ଟେମ୍ବରରେ ଯିବେ ଫ୍ରାନ୍ସ

କେନ୍ଦୁଝରଗଡ଼: ୭୮ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ହାଟଡ଼ିହୀ ବ୍ଲକ ବାଙ୍ଗୋର ଗ୍ରାମର ବାସିନ୍ଦା ତଥା ସିଟିଟିସି ଭୁବନେଶ୍ୱରର ଛାତ୍ର ରାଜେନ୍ଦ୍ର ବିନ୍ଧାଣୀଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲାପାଳ ବିଶାଲ ସିଂହ ସମ୍ମାନିତ କରିଛନ୍ତି। ଗାଁ ସ୍କୁଲରୁ ମାଟ୍ରିକ୍‌‌ ପାସ୍‌‌ ପରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) କେନ୍ଦୁଝର ସହାୟତାରେ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌‌ ଟୁଲ୍‌‌ ରୁମ୍‌‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ରେ ଆଇଟିଆଇ ମେସିନିଷ୍ଟ ପାଠ୍ୟକ୍ରମରେ ଶିକ୍ଷାଲାଭର ସୁଯୋଗ ପାଇଥିଲେ ରାଜେନ୍ଦ୍ର। ତାଲିମ୍‌‌ ଶେଷହେବା ପରେ ସେ ସିଟିଟିସିରେ ହିଁ ଆପ୍ରେଣ୍ଟିସ୍‌‌ ଭାବେ ନିଯୁକ୍ତି ପାଇଥିଲେ। ଏହା ଭିତରେ ସେ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଏବଂ ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ‘ସିଏନସି ମିଲିଂ’ ବର୍ଗରେ ଅଂଶଗ୍ରହଣ କରିବାସହ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ରାଜେନ୍ଦ୍ର ଆସନ୍ତା ସେପ୍ଟେମ୍ବର ମାସରେ ଫ୍ରାନ୍ସର ଲିଅନ୍‌‌ ସହରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା କେବଳ କେନ୍ଦୁଝର ଜିଲା ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ଏହି ସଫଳତାର ଯାତ୍ରାରେ ତାଙ୍କର ସହଭାଗୀ ହୋଇଥିବାରୁ ରାଜେନ୍ଦ୍ର ଜିଲା ଖଣିଜ ପ୍ରତିଷ୍ଠାନକୁ ବିଶେଷ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଅର୍ପଣ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories