Patra electronics

ରୁପା ବାସନରେ ଖାଇଲେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ରୁପାକୁ ସାଧାରଣତଃ ଲୋକେ ବିଭିନ୍ନ ଗହଣା ତିଆରି କରିବାରେ ବ୍ୟବହାର କରି ଥାଆନ୍ତି । ମାତ୍ର ରୁପାରୁ କେବଳ ଗହଣା ନୁହେଁ ବରଂ ବାସନ ମଧ୍ୟ ତିଆରି କରାଯାଏ । ଏହା ମହଙ୍ଗା ହୋଇଥିବା କାରଣରୁ କମ୍‌ ଲୋକେ ଏହାକୁ ବ୍ୟବହାର କରି ଥାଆନ୍ତି । ମାତ୍ର ରୁପା ବାସନରେ ଖାଦ୍ୟ ସେବନ କରିବା କୌଣସି ବରଦାନରୁ କମ୍‌ ନୁହେଁ । ଆୟୁର୍ବେଦ ଅନୁଯାୟୀ, ରୁପାରେ ଆଣ୍ଟିସେଫଟିକ୍‌, ଆଣ୍ଟି-ବ୍ୟାକ୍ଟେରିୟଲ ଭଳି ଅନେକ ଗୁଣ ରହିଛି । ଫଳରେ ରୁପାର ବାସନରେ ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଚମତ୍କାରୀ ଲାଭ ମିଳିଥାଏ ।

ରୁପା ବାସନରେ ଭୋଜନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହୋଇଥାଏ । ଫଳରେ ସହଜରେ ରୋଗଗ୍ରସ୍ତ ହେବେ ନାହିଁ । ନିରୋଗ ରହିବେ ।

ଦେଖନ୍ତୁ ଭିଡିଓ ; ପିଞ୍ଜରା ଭିତରେ ଥିଲା ମାଙ୍କଡ, ପିଲାଟି କଲା ଏମିତି, ଆଉ ତା’ପରେ..

ରୁପା ବାସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷିତ ରହିଥାଏ । ଏଥିରେ କୌଣସି ପ୍ରକାର ବ୍ୟାକ୍ଟେରିଆ ସୃଷ୍ଟି ହୋଇ ନଥାଏ ।
ରୁପା ବାସନରେ ଭୋଜନ କରିବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ । ଫଳରେ ଖାଦ୍ୟ ଭଲରେ ଓ ସହଜରେ ହଜମ ହୋଇଥାଏ ।

ରୁପାର ଗୁଣ ଥଣ୍ଡା । ଏଥିରୁ ପ୍ରସ୍ତୁତ ବାସନରେ ଭୋଜନରେ କରିବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ । ରୁପା ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଶରୀର ଶାନ୍ତ ସହ ମସ୍ତିଷ୍କ ସୁସ୍ଥ ରହିଥାଏ । ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
ରୁପାର ଟଙ୍କାକୁ କ୍ଷୀର କିମ୍ବା ପାଣିରେ ଫୁଟାଇ କେବଳ ସେହି କ୍ଷୀର କିମ୍ବା ପାଣିକୁ ପିଇବା ଦ୍ୱାରା ଶରୀରକୁ ଅଗଣିତ ଲାଭ ମିଳିଥାଏ ।

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..

ଏହି କ୍ଷୀର ଓ ପାଣିକୁ ପିଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ । ଶରୀରର ଥକ୍କାପଣ ଦୂର ହେବା ସହ ଦୁର୍ବଳ ଅନୁଭବ ହୋଇନଥାଏ ।

ଏହି ବାସନରେ ଭୋଜନ କରିବା ଦ୍ୱାରା ହାଡ ଜନିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

Comments are closed.