www.samajalive.in
Saturday, December 6, 2025
15.1 C
Bhubaneswar

ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି

ସମାଜ ଡିଜିଟାଲ ଡେସ୍କ: ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ହେଲେ ଯୋଗେଶ ବାହାଦୂର ଖୁରାନିଆ । ରାଜ୍ୟ ସରକାରଙ୍କ ପକ୍ଷରୁ ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ । କେନ୍ଦ୍ରୀୟ ଡେପୁଟେସନରେ ସେ ୨୦୨୧ ମସିହାରୁ ଯାଇଥିବା ବେଳେ ନିକଟରେ ଫେରିଥିଲେ । ବିଏସଏଫର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ଯୋଗେଶ ବାହାଦୂର ଖୁରାନିଆ ନିଜର କ୍ୟାରିୟର ଆରମ୍ଭରେ ୫ଟି ଜିଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ନୟାଗଡ, ରାଉରକେଲା, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଜିଲାରେ ଏସପି ଭାବେ କାର୍ଯ୍ୟ କରି ନିଜର ଦାୟିତ୍ୱକୁ ସଠିକ୍‍ ଭାବେ ତୁଲାଇଥିଲେ । ଏହାସହିତ ଟୁଇନି ସିଟିରେ ପୂର୍ବରୁ ପୁଲିସ କମିଶନର ଏବଂ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ମଧ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories