www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ ; ପିଞ୍ଜରା ଭିତରେ ଥିଲା ମାଙ୍କଡ, ପିଲାଟି କଲା ଏମିତି, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ମାଙ୍କଡଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଭୟଭୀତ କରିବା ସହ ହୃଦୟସ୍ପର୍ଶୀ ଓ କିଛି ଭିଡିଓ ଶିକ୍ଷଣୀୟ ମଧ୍ୟ ହୋଇଥାଏ । ମାଙ୍କଡକୁ ବୃଦ୍ଧିଆ ପ୍ରାଣୀ ବୋଲି କୁହାଯାଏ । ମାତ୍ର ସେମାନଙ୍କୁ ଚିଡାଇବା କିମ୍ବା ହଇରାଣ କରିବା ଦ୍ୱାରା ସେମାନେ ରାଗରେ ଏପରି କିଛି କରି ଥାଆନ୍ତି, ଯାହା ଭୟଭୀତ କରିଥାଏ । ଆପଣ ଆହତ ମଧ୍ୟ ହୋଇ ପାରନ୍ତି । ନିକଟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହୋଇଛି । ମାଙ୍କଡଟି ରାଗି ଯିବା ପରେ ଏପରି କିଛି କରୁଛି, ଯାହା ଦେଖି ଚକିତ ହୋଇ ଯିବେ । ସୋସିଆଲ ମିଡିଆରେ ମାଙ୍କଡର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଭିଡିଓଟି ସଭିଁଙ୍କ ପାଇଁ ଏକ ଶିକ୍ଷା ମଧ୍ୟ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଏକ ମାଙ୍କଡ ପିଞ୍ଜରା ଭିତରେ ରହିଛି । ପିଞ୍ଜରା ଭିତରେ ହିଁ ସେ ଝୁଲି କରି ରହିଛି । ପିଞ୍ଜରା ବାହାରେ ଏକ ଶିଶୁ ଦେଖାଯାଉଛି । ଶିଶୁଟି ଗୋଟିଏ ହାତରେ ମାଙ୍କଡର ଭିଡିଓ କରୁଥିବା ନଜର ଆସୁଛି । ଅନ୍ୟ ଏକ ହାତରେ ମାଙ୍କଡକୁ ହଇରାଣ କରୁଛି । ଶିଶୁଟିର ଏଭଳି କାର୍ଯ୍ୟରେ ମାଙ୍କଡଟି ବିରକ୍ତ ହୋଇ ରାଗି ଯାଉଛି । ହଠାତ୍‌ ନାବାଳିକାଟିର କେଶକୁ ଟାଣି କରି ଧରୁଛି । ମାଙ୍କଡଟି ଲଗାତାର ଶିଶୁଟିର କେଶକୁ ଟାଣି ଧରୁଛି । ଶିଶୁଟି ନିଜ କେଶକୁ ଛଡାଇବାକୁ ଚେଷ୍ଟା କରୁଛି । ମାତ୍ର ମାଙ୍କଡ ଶିଶୁର କେଶକୁ ଭିଡି ଧରୁଛି । ସେଠାରେ ଥିବା କିଛି ଲୋକେ ମଧ୍ୟ ମାଙ୍କଡ ନିକଟରୁ ଶିଶୁର କେଶକୁ ଛଡାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ମାଙ୍କଡ ନିଜ ଜିଦରେ ଅଟଳ ରହିଛି।
ଭିଡିଓଟି ଭାଇରାଲ ହେବା ପରେ ଲକ୍ଷଲକ୍ଷ ଲୋକେ ଏହାକୁ ଦେଖି ସାରିଲେଣି । ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories