Patra electronics

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..

ଶନିଦେବତା ୧୮ ଅଗଷ୍ଟରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ୧୯ ଅଗଷ୍ଟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନ ଠିକ୍‌ ପୂର୍ବରୁ ଶନିଦେବତା ନକ୍ଷତ୍ର ପରିବର୍ତ୍ତନ କରିବେ । ଶନିଦେବତା ଠିକ୍‌ ନକ୍ଷତ୍ର ପରିବର୍ତ୍ତନ କରିବା ମାତ୍ରେ କିଛି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କର ବିଶେଷ ସ୍ଥାନ ରହିଛି । ଶନିଦେବ ଅସନ୍ତୁଷ୍ଟ ରହିବା ଦ୍ୱାରା ଜୀବନରେ ବ୍ୟକ୍ତି ବିଶେଷଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଶୁଭ ପ୍ରଭାବ ଦ୍ୱାରା ଜୀବନରେ ଅନେକ ସଫଳତା ପ୍ରାପ୍ତି ହେବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଆଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀଙ୍କୁ ଶୁଭ ଖବର ମିଳିବ । ଘର ପରିବାରରେ ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ଯାନ କିଣିବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଆୟରେ ବୃଦ୍ଧି ହେବ ।

ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

ବୃଷ – ସମ୍ପତ୍ତି ଦ୍ୱାରା ଆୟରେ ବୃଦ୍ଧି ହେବ । କଳା କିମ୍ବା ସଙ୍ଗୀତ ପ୍ରତି ରୁଚି ବଢିବ । ଚାକିରିରେ ତଥା କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କିମ୍ବା ସଫଳତା ପାଇବାର ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି । ସହଯୋଗୀଙ୍କ ସହଯୋଗ ମିଳିବ। ଆୟରେ ବୃଦ୍ଧି ସହ ଯାନ କିଣିବାର ଯୋଗ ରହିଛି।

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ପରିବାରରେ ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ସନ୍ତାନ ସୁଖ ବୃଦ୍ଧି ହେବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ମନରେ ଶାନ୍ତି ଓ ପ୍ରସନ୍ନତା ଭାବନା ରହିବ । ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ।

କନ୍ୟା – ମନରେ ଶାନ୍ତି ଓ ପ୍ରସନ୍ନତା ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ମଚାରୀଙ୍କ ସହଯୋଗ ମିଳିବ । ସ୍ଥାନ ପରିବର୍ତ୍ତନ କରି ପାରନ୍ତି । ବସ୍ତ୍ର କ୍ରୟ କରି ପାରନ୍ତି । ଉନ୍ନତିର ମାର୍ଗ ଖୋଲିବ । ଆୟରେ ବୃଦ୍ଧି ସହ ଧନ ସଞ୍ଚୟ କରିବେ । ମିତ୍ରଙ୍କ ସହଯୋଗ ମିଳିବ।

ଧନୁ – ଘର ସୁଖ ବୃଦ୍ଧି ହେବ । ବାପା-ମାଆଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି । ସନ୍ତାନ ସୁଖ ବୃଦ୍ଧି ହେବ । ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଚାକିରିରେ ଉନ୍ନତିର ଯୋଗ ରହିଛି । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଧାର୍ମିକ କାର୍ଯ୍ୟରେ ଯାତ୍ରା ମଧ୍ୟ କରି ପାରନ୍ତି ।

 

Comments are closed.