କେନ୍ଦୁଝର: ଲଗାଣ ବର୍ଷାରେ ବେହାଲ ସ୍ଥିତି। ବ୍ରିଜ୍ ଉପରେ ୩ ଫୁଟର ପାଣି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଟେନାର ଓ ଗୁରୁଡିଆ ନାଳର ପୋଲ ଉପରେ ୩ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ରାତିରୁ ତେଲକୋଇ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ନୂଆଗଡ ଦେଉଳଡିହା ରାସ୍ତାରେ ଥିବା ଟେନାର ନାଳ ପୋଲ ଉପରେ ପ୍ରବାହିତ ହେଉଛି ପାଣି। ଦେଉଳଡିହା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି କରତାଙ୍ଗି ପଞ୍ଚାୟତ ଗୁରୁଡିଆ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
Popular Categories


