Patra electronics

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ଣ୍ୟତିଥି; ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ ପକାଉଛନ୍ତି ଦେଶବାସୀ, ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସମାଜ ଡିଜିଟାଲ ଡେସ୍କ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ଣ୍ୟତିଥି । ନୂଆଦିଲ୍ଲୀ ସ୍ଥିତ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ । ଏହି ଅବସରରେ ବାଜପେୟୀଙ୍କ ସ୍ମୃତିରେ ‘ସଦୈବ ଅଟଳ’ରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ୨୦୧୮ ମସିହା ଅଗଷ୍ଟ ୧୬ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାଜପେୟୀ । ପୂଣ୍ଣ୍ୟତିଥିରେ ସ୍ୱର୍ଗତ ବାଜପେୟୀଙ୍କୁ ସାରା ଦେଶବାସୀ ମନେ ପକାଉଛନ୍ତି । ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ସମ୍ମାନ ଓ ବିରୋଧୀଙ୍କୁ ମଧ୍ୟ ସମ୍ମାନ ଜଣାଇବା ତାଙ୍କୁ ମହାନ କରିଛି । ରାଜନୀତିରେ ତାଙ୍କ ଦିଗଦର୍ଶନ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କୁ ରାଜନୀତିର ଭୀଷ୍ମ ପିତାମହ କହୁଥିଲେ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏଭଳି ଜଣେ ରାଷ୍ଟ୍ରନେତା ଥିଲେ ଯାହାଙ୍କ କଥା ଓ କବିତାରେ ବିରୋଧୀ ମଧ୍ୟ ତାଳି ମାରୁଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଥିବାରୁ ସେ ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ ।

୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଜଣେ ରାଜନେତା ଭାବେ ସେ ଯେତିକି ପରିଚିତ ହୋଇଥିଲେ ତାଙ୍କର କାଳଜୟୀ କବିତା ପାଇଁ ସେତିକି ଲୋକପ୍ରିୟ ହୋଇଥିଲେ । ତିନି ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାଜପେୟୀ । ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ପୋଖରାନରେ ପରମାଣୁ ବୋମାର ସଫଳ ପରୀକ୍ଷଣ କରିଥିଲେ । ଏହାସହିତ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସଜାଡିବାକୁ ଦିଲ୍ଲୀରୁ ଲାହୋର ବସ୍‍ ସେବାର ଶୁଭାରମ୍ଭ କରିଥିଲେ ।

Comments are closed.