www.samajalive.in
Friday, December 5, 2025
20.1 C
Bhubaneswar

ଭାରତ-ଦ.ଆଫ୍ରିକା ସହ ଦ୍ୱିପାକ୍ଷୀୟ ଓ ବହୁରାଷ୍ଟ୍ରୀୟସ୍ତରରେ ଘନିଷ୍ଠ ସହଯୋଗ ସ୍ଥାପନ ପାଇଁ ପ୍ରତିଶ୍ରୁତିବଦ୍ଧ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମଫୋସା ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଓ ପୁଞ୍ଜିନିବେଶ, କୌଶଳ ବିକାଶ, ଶିକ୍ଷା ଏବଂ ପ୍ରଯୁକ୍ତି କ୍ଷେତ୍ରର ସହଯୋଗ ତଥା ବହୁପକ୍ଷୀୟ ମଞ୍ଚରେ ଉଭୟ ଦେଶର ସହଯୋଗିତା ଉପରେ ଶୁକ୍ରବାର ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨୦୧୯ରୁ ୨୦୨୧, ଏହି ତିନିବର୍ଷର ସହଯୋଗକୁ ନେଇ ନୀତିଗତ କାର୍ଯ୍ୟକ୍ରମର ଆଦାନ ପ୍ରଦାନ କରିଛନ୍ତି। ସହଯୋଗର ଏକ ରୂପରେଖକୁ ନେଇ ଏହି ଦସ୍ତାବିଜ୍‍ ପ୍ରସ୍ତୁତ ହୋଇଛି।
ରାଷ୍ଟ୍ରପତି ରାମଫୋସାଙ୍କ ସହ ଆଲୋଚନା ପରେ ଏକ ପ୍ରେସ୍‍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ପରିବ୍ୟାପ୍ତ କରିବା ଲକ୍ଷ୍ୟନେଇ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ବିଭିନ୍ନ ଦିଗଉପରେ ଉଭୟ ଦେଶ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଆଫ୍ରିକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭାରତ ଭାଗିଦାର। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏହି ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା ପାଇଁ ସହମତ ହୋଇଛନ୍ତି ବୋଲି ସେ କହିଛନ୍ତି। ବ୍ରିକ୍ସ୍‍ ଏବଂ ଆଇବିଏସଏ ଭଳି ବିଭିନ୍ନ ଆର୍ନ୍ତଜାତୀୟ ମଞ୍ଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଭାଗୀଦାରୀ ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।
ଶ୍ରୀ ରାମଫୋସା ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପରେଡ୍‍ ପରିଦର୍ଶନ କରିବା ଭାରତ ପାଇଁ ଗୌରବର ବିଷୟ। ଅନ୍ୟ ପକ୍ଷରେ ଶ୍ରୀ ରାମଫୋସା ନିଜର ପ୍ରେସ ବିବୃତ୍ତିରେ କହିଛନ୍ତି, ଭାରତ ଦକ୍ଷିଣ ଆଫ୍ରିକାର ଏକ ନୀତିଗତ ଅଂଶୀଦାର ରାଷ୍ଟ୍ର। ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ଭାରତ ସହ ସମ୍ପର୍କକୁ ସର୍ବାଧିକ ଗୁରୁତ୍ୱ ଦେଉଆସିଛି ଏବଂ ଏହି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେ କହିଛନ୍ତି, ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଆହୁରି ଉଚ୍ଚସ୍ତରରେ ପହଞ୍ଚିବା ଆବଶ୍ୟକ। ଦୁଇଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ରାମଫୋସା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଆସନ୍ତାକାଲିର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ହେବେ। ନେଲସଲ ମଣ୍ଡେଲାଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ରାଷ୍ଟ୍ରପତିଭାବେ ଶ୍ରୀ ରାମଫୋସା ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories