ନୂଆଦିଲ୍ଲୀ : ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିଲେ ଭାରତୀୟ କ୍ରିକେଟର୍ ହାର୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲ। ତେବେ ଗୁରୁବାର କ୍ରିକେଟ୍ ପ୍ରଶାସକ କମିଟି (ସିଓଏ) ଦୁଇ କ୍ରିକେଟର୍ଙ୍କ ଉପରୁ ନିଲମ୍ବନ ଉଠାଇ ଦେଇଥିଲା। ନିଲମ୍ବନ ଆଦେଶ ଉଠିବା ପରେ ହାର୍ଦିକ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଭାରତୀୟ ଦଳ ସହ ଯୋଗ ଦେବେ। ଅନ୍ୟପକ୍ଷରେ କେଏଲ୍ ରାହୁଲ ଭାରତ ଏ’ ଦଳରେ ସାମିଲ ହୋଇ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଶେଷ ୩ଟି ଦିନିକିଆ ମ୍ୟାଚ୍ରେ ଖେଳିବେ।
Popular Categories



