www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନର ଲୋକାର୍ପଣ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ପୁନଃ ବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ଉଦଘାଟନ କରିବେ। ଏହି ଷ୍ଟେସନର ନାମ ‘ଅଯୋଧ୍ୟା ଧାମ ଜଙ୍କସନ’ ରେଳ ଷ୍ଟେସନ ରଖାଯାଇଛି। ଶ୍ରୀ ମୋଦୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅନ୍ୟ କେତେକ ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ଭାବେ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ। ଏକ ସାଧାରଣ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ୧୫ ହଜାର ୭୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିରେ ଅଯୋଧ୍ୟା ତଥା ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧ ହଜାର ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ପ୍ରାୟ ୪ ହଜାର ୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories