www.samajalive.in
Saturday, December 6, 2025
26.1 C
Bhubaneswar

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

କଟକ: କିଟରେ ତିନିଦିନ ଧରି ଚାଲିଥିବା ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସଂଘ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ସମୟରେ ଆସନ୍ତା ୨୫ବର୍ଷ ପାଇଁ ଭାରତର ବାର୍ଷିକ ଅଭିବୃଦ୍ଧି ହାର ୭.୫ ପ୍ରତିଶତରୁ ୮ ପ୍ରତିଶତ ମଧ୍ୟରେ ରହିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ।

ଭିଆଇଟିର କୁଳାଧିପତି ଡ. ଜି ବିଶ୍ୱନାଥନ୍‍ ନିଜ ବକ୍ତବ୍ୟରେ ଅର୍ଥନୈତିକ ଅସମାନତା ନେଇ ଚିନ୍ତା ପ୍ରକଟ କରିବା ସହ ଭାରତର ପ୍ରଗତି ସହ ପ୍ରଗତିଶୀଳ ଦେଶର ଅଭିବୃଦ୍ଧିକୁ ତୁଳନା ନେଇ ଗବେଷଣା ଉପରେ ଆଲୋଚନା କରିଥିଲେ। ସେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଦ୍ୟାଳୟରେ ମୋଟ ନାମଲେଖା ଅନୁପାତ ହ୍ରାସ ଉପରେ ଆଲୋକପାତ କରିଥିଲେ। ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ କରିଚାଲିଛି। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଆଜି ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିଛି ବୋଲି ସେ କହିଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଞ୍ଚି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର କୁଳପତି ତଥା ଭାରତୀୟ ଅର୍ଥନୀତି ସଂଘର ସହଯୋଗୀ ସଭାପତି ତପନ କୁମାର ସାଣ୍ଡିଲ୍ୟ, ଚେନ୍ନଇ ଭିଇଏଲ୍‍ଏସ୍‍ ବିଶ୍ୱବିଦ୍ୟାଳୟର ଉପକୁୁଳାଧିପତି ତଥା ସଂଘର ଉପସଭାପତି ଡ. ଏ ଜ୍ୟୋଥି ମୁର୍ଗାନ, ଭାରତୀୟ ଅର୍ଥନୀତି ସଂଘର ଉପସଭାପତି ଡ. ଦେବେନ୍ଦ୍ର ଆୱସ୍ତି, ସମ୍ମିଳନୀର ମୁଖ୍ୟ ସଂଯୋଜକ ଡ. ଅନୀଲ କୁମାର ଠାକୁର, ଅଟଳବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏ.ଡି.ଏନ.ବାଜପାୟୀ, ରାଞ୍ଚି ବିଶ୍ୱବିଦ୍ୟାଳୟ କୁଳପତି ଡ. ଅଜିତ କୁମାର ସିହ୍ନା, ଝାଡ଼ଖଣ୍ଡ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଟି.ଏନ. ସାହୁ, ଅର୍ଥନୀତି ସଂଘର ପ୍ରାକ୍ତନ ସଭାପତି ଡ. ଏସ. ମହେନ୍ଦ୍ର ଦେବ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories