www.samajalive.in
Saturday, December 6, 2025
26.1 C
Bhubaneswar

ବିତ୍ତୀୟ ନିଅଣ୍ଟ ୫୦.୭%କୁ ହ୍ରାସ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ନଭେମ୍ବରରେ ଦେଶର ବିତ୍ତୀୟ ନିଅଣ୍ଟ ବାର୍ଷିକ ଖର୍ଚ୍ଚର ୫୦.୭ ପ୍ରତିଶତକୁ ହ୍ରାସପାଇ ୯.୦୭ ଟ୍ରିଲିଅନ ଟଙ୍କା ହୋଇଛି। ଗତବର୍ଷ ସେହି ସମୟରେ ବିତ୍ତୀୟ ନିଅଣ୍ଟ ୫୮.୯ ପ୍ରତିଶତ ଥିଲା। ସୂଚନାଯୋଗ୍ୟ ଯେ ଗୋଟିଏ ଆର୍ଥିକ ବର୍ଷରେ ସରକାରଙ୍କର ମୋଟ ରାଜସ୍ବ ଆୟ ଓ ଖର୍ଚ୍ଚ ମଧ୍ୟରେ ରହୁଥିବା ପାର୍ଥକ୍ୟ ହେଉଛି ବିତ୍ତୀୟ ନିଅଣ୍ଟ। ଚଳିତ ବର୍ଷ ଏପ୍ରିଲ-ନଭେମ୍ବରରେ ନେଟ୍‌ ଟିକସ ରାଜସ୍ବ ୧୪.୩୬ ଟ୍ରିଲିଅନ ଟଙ୍କା ଅଥବା ବାର୍ଷିକ ଅଟକଳର ୬୨ ପ୍ରତିଶତ ରହିଥିବା ବେଳେ ଗତବର୍ଷ ସେହି ସମୟରେ ତାହା ୧୨.୨୫ ଟ୍ରିଲିଅନ ଟଙ୍କା ରହିଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ଚଳିତ ବର୍ଷ ଏହି ସମୟ ମଧ୍ୟରେ ମୋଟ ଖର୍ଚ୍ଚ ୨୬.୫୨ ଟ୍ରିଲିଅନ ଟଙ୍କା ବା ବାର୍ଷିକ ଲକ୍ଷ୍ୟର ୫୯ ପ୍ରତିଶତ ହୋଇଛି, ଯାହା ଗତବର୍ଷ ଏପ୍ରିଲ-ନଭେମ୍ବରରେ ୨୪.୪୩ ଟ୍ରିଲିଅନ ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠମାସ ମଧ୍ୟରେ ସରକାରଙ୍କର ମୂଳଧନ ବ୍ୟୟ ୫.୮୬ ଟ୍ରିଲିଅନ ଟଙ୍କା ଅଥବା ବାର୍ଷିକ ଲକ୍ଷ୍ୟର ୫୮.୫ ପ୍ରତିଶତ ହୋଇଛି।

ଏହା ଗତବର୍ଷ ୪.୪୭ ଟ୍ରିଲିଅନ ଟଙ୍କା ହୋଇଥିଲା। ଚଳିତ ବର୍ଷ ବଜେଟ ଉପସ୍ଥାପନ କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଭାରତ ୨୦୨୨-୨୩ ଆର୍ଥିକ ବର୍ଷରେ ତାହାର ସକଳ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ ବିତ୍ତୀୟ ନିଅଣ୍ଟକୁ ୫.୯ ପ୍ରତିଶତ ରଖିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରାଡ କହିଥିଲେ, କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟକୁ ୫.୯ ପ୍ରତିଶତରେ ରଖିବା ନେଇ ପୂର୍ଣ୍ଣ ଆଶାବାଦୀ ଅଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories