ଗାନ୍ଧୀ ମାର୍ଗରେ କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ସମାବେଶ
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତ ବଞ୍ଚାଅ ସମାବେଶ ଭୁବନେଶ୍ୱରସ୍ଥ ଲୋୟର ପିଏମଜି ମହାତ୍ମା ଗାନ୍ଧୀ ମାର୍ଗ ଠାରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଜନ ଓ କୃଷକ ମାରଣ ନୀତି ଯଥା ଉତ୍କଟ ବେକାରୀ ସମସ୍ୟା, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟବୃଦ୍ଧି, ଚରମ ଆର୍ଥିକ ମାନ୍ଦାବସ୍ତା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନକରିବା, କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରେ ବାଟମାରଣା, ନାରୀ ଓ ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ଏକ ବିଶାଳ ଭାରତ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବେରୋଜଗାର ହାର ୮.୯୫ ବଢ଼ି ସର୍ବକାଳୀନ ରେକର୍ଡ଼ କରିବା ଯାହାକି ସ୍ପଷ୍ଟ ଅନୁମାନ ଯେ ଦେଶରେ ବର୍ତ୍ତମାନ ଜରୁରୀକାଳିନ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଛି। ପିଆଜ ଦର ୮୦-୯୦ ଟଙ୍କା ଉପଭୋକ୍ତା କିଣୁଥିବା ବେଳେ କୃଷକକୁ ସଠିକ ଦାମ ନ ମିଳିବା ଦୁଃର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି ।
ଏହି ସମାବେଶ ପାଇଁ ଏଆଇସିସି ତରଫରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଦୀପା ଦାସ ମୁନ୍ସି ପର୍ଯ୍ୟବେକ୍ଷକ ରୁପେ ଯୋଗଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କର ଦିନକୁ ଦିନ ନିକଟତର ହେଉଥିବା ସମ୍ପର୍କ ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀଙ୍କ ବିଜେଡ଼ି ଦଳକୁ ପ୍ରଶଂସାରୁ ସ୍ପଷ୍ଟ ଅନୁମେୟ। ଉଭୟ ସରକାରଙ୍କ ମିଥ୍ୟା ପ୍ରତିଶୃତି ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି ଶ୍ରୀମତୀ ମୁନ୍ସି କଡ଼ା ସମାଲୋଚନା କରିଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜିର ବିଶାଳ ସମାବେଶ ସ୍ପଷ୍ଟ କରୁଛି ଯେ ଆଗାମୀ ଦିନରେ ଐକ୍ୟ ବୋଧହୋଇ ନେତୃମଣ୍ଡଳୀମାନେ ଲୋକଙ୍କ ସମସ୍ୟାକୁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ଯାରିରଖିବେ ବୋଲି ମତବ୍ୟକ୍ତ କରିଥିଲେ। କଂଗ୍ରେସ ଦଳ ନିର୍ଦ୍ଦିଷ୍ଟ ନୀତି ଓ ଆଦର୍ଶର ଦଳ। ଉଭୟ ବିଜେଡ଼ି ଓ ବିଜେପିର କୌଣସୀ ନୀତି ଓ ଆଦର୍ଶ ନାହିଁ। ରାଜ୍ୟରେ ସମସ୍ତ ନେତୃମଣ୍ଡଳୀ ବ୍ୟକ୍ତିବାଦରୁ ଉର୍ଦ୍ଧରେ ରହି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏକମନ ଏକପ୍ରାଣରେ ଦଳ, କର୍ମୀ ଓ ଜନତାଙ୍କ ସମସ୍ୟା ବିଷୟରେ ଚିନ୍ତାକରି ଶୃଙ୍ଖଳିତ ଓ ଦୃଢ଼ତାର ସହ କାର୍ଯ୍ୟକରି ଲୋକମାନଙ୍କ ପ୍ରିୟ ଭାଜନ ହେବାକୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଭାରତକୁ ସ୍ୱାଧୀନ କରିବାରେ ଯେଉଁମାନଙ୍କର କାଣିଚାଁଏ ଅବଦାନ ନଥିଲା ଆଜି ସେମାନେ କ୍ଷମତାସୀନ। ଗାନ୍ଧୀ ବିଚାରଧାରାକୁ ଦୁରେଇ ଦେଇ ନାଥୁରାମ ବିଚାରଧାରାକୁ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି କ୍ଷମତା ପାଇଁ କିଛିବି କରିପାରେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ମତପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଏଆଇସିସି ସଂପାଦକ ଶ୍ରୀଯୁକ୍ତ ଜୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବିଧାୟକ ତାରା ପ୍ରସାଦ ବାହିନୀ ପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଇଂ ମହମ୍ମଦ ମୋକିମ୍, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉଭୟ ସରକାରଙ୍କର ଜନ ଓ କୃଷକମାରଣ ନୀତି ବିରୁଦ୍ଧରେ ବିଷୋଦଗାର କରିଥିଲେ।
ଏହିକାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ ଯୁବ, ଛାତ୍ର, ମହିଳା, କଂଗ୍ରେସ କର୍ମୀ ଓ ଶୁଭେଛୁ ମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ଲାକାର୍ଡ଼, ବ୍ୟାନର ଓ ସ୍ଲୋଗାନ ସହ ରାଲିରେ ଯାଇ ବିଶାଳ ସମାବେଶରେ ଯୋଗଦେଇଥିଲେ। ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ମାଝୀଙ୍କ ନେତୃତ୍ୱରେ ଏକ ୩୩ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ମାନନୀୟ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ କଂଗ୍ରେସ ଦଳ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
Comments are closed.