www.samajalive.in
Saturday, December 13, 2025
21.1 C
Bhubaneswar

ଆସନ୍ତାକାଲି ଏମ୍ସରେ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଆସକ୍ତି ଦୂରକରିବା ପାଇଁ କର୍ମଶାଳା

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ନଭେମ୍ବର ୨୮ ତାରିଖରେ ପ୍ରଥମ ଥରପାଇଁ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଆସକ୍ତି ଦୂରକରିବା ପାଇଁ କର୍ମଶାଳା ଅନୁଷ୍ଠିତ ହେଉଛି । ଏହାସହ ନଭେମ୍ବର ୨୯ରୁ ଡ଼ିସେମ୍ବର୧ ପର୍ଯ୍ୟନ୍ତ ଏମ୍ସ ମାନସିକ ବିଭାଗ ଦ୍ୱାରା ୨୬ତମ ନେସନାଲ କନଫରେନ୍ସ ଅଫ ଇଣ୍ଡିଆନ ଆଶୋସିଏସନ ଫର ସୋସିଆଲ ସାଇକାଟ୍ରିକ୍ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ୨୫୦ଜଣ ମାନସିକ ରୋଗ ବିଶେଷଜ୍ଞ, ମନସ୍ତତ୍ବବିତ୍, ସାଇକାଟ୍ରିକ ସୋସିଆଲ ୱାର୍କର, ନର୍ସ, ମହାବିଦ୍ୟାଳୟ ଛାତ୍ର-ଛାତ୍ରୀ ନିଜ ନିଜର ବୈଜ୍ଞାନିକ ସନ୍ଦର୍ଭ ଉପସ୍ଥାପନ କରିବେ ବୋଲି ଡାକ୍ତର ସୁଶାନ୍ତ କୁମାର ପାଢ଼ୀ ଜଣାଇଛନ୍ତି। ଏହାର ଉଦେଶ୍ୟ ହେଉଛି ଡିଜିଟାଲ ଓ ଇଣ୍ଟର୍ନେଟ ଆସକ୍ତିକୁ ଚିହ୍ନଟକରିବା, ବୁଝିବା ଏବଂ ତା’ର ପ୍ରତିକାର କରିବା।

ଯଦି ଆପଣମାନେ ନିଜ ପିଲାଙ୍କର ଅତ୍ୟଧିକ ମୋବଇଲ କିମ୍ବା ଅନ୍ୟକୌଣସି ବୈଦ୍ୟୁତିକ ଯନ୍ତ୍ରପାତି ଆସକ୍ତିକୁ ନେଇ ଚିନ୍ତିତ, ଯାହାକି ସେମାଙ୍କର ପାଠପଢ଼ାରେ ବାଧାସୃଷ୍ଟି କରୁଛି ଅଥବା ନିଜେ ଇଣ୍ଟର୍ନେଟରୁ ବିରତି ନେବାକୁ ଚେଷ୍ଟାକରି ମଧ୍ୟ ବିଫଳ ହେଉଛନ୍ତି ତେବେ ଏହି କର୍ମଶାଳା ନିଶ୍ଚିତ ଭାବେ ଅପଣଙ୍କ ପାଇଁ ସାହାଯ୍ୟକାରୀ ହୋଇପାରିବ।

- Advertisement -

୧୫ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ବାପା-ମା, ସ୍କୁଲର କାଉନସେଲର, ଶିକ୍ଷକ-ଶିକ୍ଷୟିତ୍ରୀ, ଆଇଟି ପ୍ରଫେସନାଲ, ସାଇକାଟ୍ରିଷ୍ଟ, ସାଇକୋଲୋଜିଷ୍ଟ, ସମାଜସେବୀ, ନର୍ସ, ମେଡିକାଲ ଛାତ୍ର ଛାତ୍ରୀ ଏବଂ ଅନ୍ୟ ଯେକୌଣସି ବ୍ୟକ୍ତି ମଧ୍ୟ ଏଠାରେ ଯୋଗଦେଇ ପାରିବେ।

ପଞ୍ଜିକରଣ ପାଇଁ  ଆଇଟି ପ୍ରଫେସନାଲ ଓ ମେଡିକାଲ  ଛାତ୍ରଛାତ୍ରୀଙ୍କ ପାଇଁ ୧୦୦୦ଟଙ୍କା ରଖା ଯାଇଥିବାବେଳେ, ବାପା-ମାଆ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ୫୦୦ ଟଙ୍କ ରଖାଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories