ଆକାଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ)ର ଗଣଧାରଣା

ଭୁବନେଶ୍ବର : ଭୁବନେଶ୍ବର ଜିଲା କମିଟି ତରଫରୁ  ଆକଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ଏଡ଼ିଏମ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା।  ବିଭିନ୍ନ ସାମଗ୍ରୀ ପିଆଜ , ରଶୁଣ , ଆଦା , ଆଳୁ, ତେଲ, ଡାଲି ଇତ୍ୟାଦିର ଅହେତୁକ ଦର ବୃଦ୍ଧିକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ  ଏଡିଏମଙ୍କୁ  ଏକ ଦାବିପତ୍ର  ପ୍ରଦାନ କରାଯାଇଛି।

ଦାବିଗୁଡ଼ିକ ମଧ୍ୟରେ ରାଜ୍ୟ ସରକାର ରାସନ କାର୍ଡ ଜରିଆରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସୁଳଭ ମୂଲ୍ୟରେ ଯୋଗାଇ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ ଦର ନିୟନ୍ତ୍ରଣ କରନ୍ତୁ । ସରକାର ଖାଉଟିଙ୍କୁ ଚାହିଦା ଅନୁଯାୟୀ  ପିଆଜ , ରଶୁଣ , ଆଦା , ଆଳୁର ଉତ୍ପାଦନ  ବୃଦ୍ଧି କରିବା ସହିତ ନିୟନ୍ତ୍ରଣା ଭରଣା ପାଇଁ  ଆମଦାନୀ କରି ପରିସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ। ଓଡିଶାରେ ଉତ୍ପାଦିତ ହେଉଥିବା ପିଆଜ ସମେତ ଖାଦ୍ୟ ସାମଗ୍ରୀ ଗୁଡିକୁ ସାଇତି ରଖିବା ଉପଯୁକ୍ତ ଏବଂ ଅତ୍ୟାଧୁନିକ ଶୀତଳ ଭଣ୍ଡାର  ନିର୍ମାଣ କରାଯାଉ। ଦରବୃଦ୍ଧି ଜନିତ ସଙ୍କଟର ସୁଯୋଗ  ନେଇ ଆସାଧୁ ବ୍ୟବସାୟୀମାନେ କରୁଥିବା କଳାବଜାରକୁ ରୋକିବା ପାଇଁ ପ୍ରଶାସନ ତରଫରୁ  କଡ଼ାକଡ଼ି ବ୍ୟବସ୍ଥା  ଗ୍ରହଣ କରାଯାଉ ଆଦି ଦାବି ଜଣାଇଛନ୍ତି।

ଦେଶରେ କାରଖାନା ବନ୍ଦ , କାମରୁ ଛଟେଇ , ଉତ୍କଟ ବେକାରୀ , କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନ ମିଳିବା , ମନରେଗାରେ କାମ ନାହିଁ କିମ୍ବା ମଜୁରୀ ବୃଦ୍ଧି ନାହିଁ , ଲୋକଙ୍କ କ୍ରୟ କ୍ଷମତା କମିଥିବା ବେଳେ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି , ଉତ୍କଟ ଦାରିଦ୍ର ମଧ୍ୟକୁ ଠେଲି ଦେଉଛି। ରାଜ୍ୟ ସରକାର ଆଧାର ସଂଯୋଗ  ନାମରେ ୧୯ ଲକ୍ଷ ପରିବାରଙ୍କ ଖାଉଟି କାର୍ଡକୁ କାଟିବା , ଫନି, ବୁଲବୁଲ, ଓ ଅଦିନିଆ ବର୍ଷା  ପ୍ରଭାବରେ ଆକାଶଛୁଆଁ ଦରବୃଦ୍ଧି ରାଜ୍ୟବାସୀଙ୍କୁ ତଳିତଳାନ୍ତ କରିଦେଇଛି। ସେହିପରି କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ  ସରକାର ଏହି ସମସ୍ୟାର ତୁରନ୍ତ  ମୁକାବିଲା ପାଇଁ ବ୍ୟବସ୍ଥା ନ କଲେ ଜନ ବିଦ୍ରୋହ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ।

ଏହି ଗଣଧାରଣା ଜିଲା ସମ୍ପାଦକ ସାଲ ମାର୍ଣ୍ଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।  ଏହି ପ୍ରତିବାଦ ଗଣଧାରଣାରେ ସିପିଆଇ(ଏମ)ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସପିଏମର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଜିଲା କମିଟି ସଭ୍ୟ ପ୍ରବାତ ପାଣିଗ୍ରାହୀ ମସେତ ସପିଅଏର ବହୁ ସମର୍ଥକ ସାମିଲଥିଲେ।

Comments are closed.