www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ଅନୁଷ୍ଠାନ ମିଳିତ ସହଯୋଗରେ ଜୟଦେବଭବନଠାରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ ଯେ, ୧୯୪୨ ଅଗଷ୍ଟ ବିପ୍ଲବରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ସଂଗଠିତ ସଂଗ୍ରାମ ଓ ତା’ର ପରିଣତି ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପୁସ୍ତକ ପ୍ରକାଶ କରାଯିବ। ଏହାଦ୍ୱାରା ପାପଡ଼ାହାଣ୍ଡି ସଂଗ୍ରାମୀଙ୍କ ବଳିଦାନ ଉପରେ ଉତ୍ତରପିଢ଼ି ଅବଗତ ହୋଇପାରିବେ। ଚଳିତ ବର୍ଷଠୁ ଏହି ଦିବସ ପାଳନ ନେଇ ଘୋଷଣା କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ୧୯୪୨ ଅଗଷ୍ଟ ୨୪ରେ ପାପଡ଼ାହାଣ୍ଡି ସଂଗ୍ରାମରେ ସରଳ ନିରୀହ ଆଦିବାସୀ ଜନତା ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଡାବୁଗାଁରେ ସମାବେଶ କରିବାକୁ ଯାଉଥିବାବେଳେ ପୁଲିସର ଗୁଳିଚାଳନା ଯୋଗୁଁ ଘଟଣାସ୍ଥଳରେ ୧୧ଜଣଙ୍କ ପ୍ରାଣହାନି ହୋଇଥିଲା। ଚିକତ୍ସାଧୀନ ଅବସ୍ଥାରେ ୮ଜଣ ଓ କାରାବରଣ କରୁଥିବା ଅବସ୍ଥାରେ ୨୪ ସଂଗ୍ରାମୀ ମୃତ୍ୟୁବରଣ କରିଥିଲେ। ଏହାସହିତ ଶତାଧିକ ଆହତ ହୋଇଥିଲେ। ଏଭଳି ଘଟଣା ସ୍ୱାଧୀନତା ସଂଗ୍ରାମରେ ବିରଳ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସାଂସଦ ବଳଭଦ୍ର ମାଝୀ, ସାଂସଦ ଝିନ୍ନ ହିକକା, ରାଜ୍ୟସଭାର ପୂର୍ବତନ ସଦସ୍ୟ ଏ.ଭି ସ୍ୱାମୀ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ମାନସ ମାଡକାମି ଏବଂ ସତ୍ୟପ୍ରିୟ ଦାସ ଯୋଗଦେଇ ସଂଗ୍ରାମୀଙ୍କ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତାଭାବେ ଆକାଶବାଣୀର ଅଧିକାରୀ ଗୌରଚନ୍ଦ୍ର ତ୍ରିପାଠୀ ଯୋଗଦେଇ ନବରଙ୍ଗପୁରରେ ସ୍ୱାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଆଦିବାସୀଙ୍କ ଅଣସଙ୍ଗଠିତ ପ୍ରତିବାଦ ଓ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ କିସ୍‌ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ତଥା ଶବରୀ ଅନୁଷ୍ଠାନର ସଦସ୍ୟ ଡ. ଈଶ୍ୱର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସୁଚେତା ପ୍ରିୟଦର୍ଶନୀ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories