ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ବିଭିନ୍ନସ୍ଥାନରେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ଚେନ୍ – ଗିରଫ, ରିମାଣ୍ଡରେ ନେବ ପୁଲିସ
ଭୁବନେଶ୍ୱର- ଦିନକୁ ଦିନ ବାଓ୍ୱରିଆ ଲୁଟେରା ଦଳର ଦୌରାତ୍ମ ଓଡ଼ିଶାରେ ବଢିଯାଉଥିଲା । ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନେ ଲୁଟ୍ କରୁଥିବା ଅଭିଯୋଗ ହୋଇଥିଲା । ଲୁଟ୍ର ସିସିଟିଭି ଫୁଟେଜ୍ ଭାଇରାଲ୍ ହେବା ପରେ ପୁଲିସ ଏହି ଲୁଟେରା ଦଳର ୪ ଜଣଙ୍କୁ ଗିରଫ କରିଥିଲା । ଏମାନେ ଲୁଟ୍ କରି ସେହି ଟଙ୍କାରେ ପୁରୀରେ ଆୟସ କରୁଥିଲେ ।
ଗିରଫ ହୋଇଥିବା ୪ ଜଣଙ୍କ ଘର ଉତ୍ତରପ୍ରଦେଶର ସାମିଲ ଜିଲ୍ଲାରେ । ଏହି ଦଳର ଅନ୍ୟ ସଦସ୍ୟ ଏବେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରିଛି । ଗିରଫ ଲୁଟେରାମାନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ।
Comments are closed.