ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର – ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ମାତ୍ର ସେମାନେ ଏହାର କୌଣସି ସୂଚନା ଦେଇ ନଥିଲେ ।

ସହକାରୀ ନିର୍ଦ୍ଦେଶକ ବାରମ୍ବାର ଚିଠି କରିବା ପରେ ମଧ୍ୟ କୌଣସି ସୂଚନା ମିଳି ନଥିବା କୁହାଯାଇଛି । ଏହାପରେ ରାଜ୍ୟର ୨୨୩ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀଙ୍କ ଦରମା ବନ୍ଦ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ମେ ମାସରେ ଦରମା ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.