ଟି୨୦ ବିଶ୍ବକପ ପୂର୍ବରୁ ଭାରତ ବିପକ୍ଷ ଶୃଙ୍ଖଳା ଆମ ପାଇଁ ପରୀକ୍ଷା: ବାଭୁମା

ଦକ୍ଷିଣ ଆଫ୍ରିକାକୁ ଚିନ୍ତା ଭାରତୀୟ ସ୍ପିନର

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବ। ଏହା ପୂର୍ବରୁ ଦଳ ପ୍ରସ୍ତୁତି ଓ ବ୍ୟାଟିଂ ଲାଇନ୍‌କୁ ପରଖିବା ଲାଗି ଭାରତ ବିପକ୍ଷ ଶୃଙ୍ଖଳା ଆମ ପାଇଁ ବଡ ସୁଯୋଗ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ତାମ୍ବେ ବାଭୁମା କହିଛନ୍ତି। ୯ରୁ ଦିଲ୍ଳୀରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ପୂର୍ବରୁ ବାଭୁମା କହିଛନ୍ତି ଯେ, ଭାରତ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦଳ। ଉକ୍ତ ଦଳ ବିପକ୍ଷରେ ଘରୋଇ ପଡିଆରେ ଖେଳିବା ସବୁବେଳେ ଆହ୍ବାନ ହୋଇଥାଏ। ଭାରତ ବିପକ୍ଷ ଶୃଙ୍ଖଳାରୁ ବିଶ୍ବକପ ପ୍ରସ୍ତୁତି ଲକ୍ଷ୍ୟ ରଖିଛୁ ବୋଲି ବାଭୁମା କହିଛନ୍ତି। ଭାରତୀୟ ପିଚ୍‌ ଓ ଅଷ୍ଟ୍ରେଲିଆ ପିଚ୍ ମଧ୍ୟରେ ବହୁତ ଫରକ ରହିଛି। ତଥାପି ଏକାଧିକ ଅଭିଜ୍ଞତା ପାଇଁ ମ୍ୟାଚ ଖେଳିବା ଓ ପୋଜିସନକୁ ନେଇ ବ୍ୟାଟିଂ କରିବାର ଦକ୍ଷତା ଆବଶ୍ୟକ ବୋଲି ବାଭୁମା କହିଛନ୍ତି। ଭାରତ ବିପକ୍ଷ ଶୃଙ୍ଖଳାରେ ପରୀକ୍ଷା ନିରୀକ୍ଷା କରାଯିବ। ଟ୍ବେଣ୍ଟି୨୦ ଦଳରେ ଏକାଧିକ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିଛି। ଓପନର କ୍ବିଣ୍ଟନ ଡିକକ୍‌ଙ୍କ ସହ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ପ୍ରଥମ, ୨ୟ ଓ ୩ୟ ଡାଉନ ସବୁବେଳେ ଗୁରୁତ୍ବପୂର୍ଣ୍ଣ। ଏଥିପ୍ରତି ଉପଯୁକ୍ତ ଖେଳାଳିଙ୍କୁ ବାଛିବା ସର୍ବଦା ଆହ୍ବାନ ହୋଇଥାଏ। ମଧ୍ୟଭାଗକୁ ମଜବୁତ କରିବା ନେଇ ଅଲ୍‌ରାଉଣ୍ଡରର ମଧ୍ୟ ବଡ ଭୂମିକା ରହିଥାଏ। ଏଥିପ୍ରତି ଦଳୀୟ ମ୍ୟାନେଜମେଣ୍ଟ ଗୁରୁତ୍ବ ଦେଉଛି ବୋଲି ବାଭୁମା କହିଛନ୍ତି।

prayash

ଭାରତ ଏକାଧିକ ବରିଷ୍ଠ ଖେଳାଳିମାନଙ୍କ ବିନା ଶୃଙ୍ଖଳା ଖେଳିବାକୁ ଓହ୍ଲାଇବ। ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ଭାରତ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଲୋକେଶ ରାହୁଲଙ୍କୁ ଭବିଷ୍ୟତର ଅଧିନାୟକ ଭାବେ ଗଢି ତୋଳିବା ଲାଗି ସୁଯୋଗ ଦିଆଯାଇଥିବାବେଳେ ଯୁବ ଦ୍ରୁତ ବୋଲର ଅର୍ଶଦୀପ୍‌ ସିଂହ ଓ ଉମ୍ରାନ ମଲ୍ଲିକଙ୍କୁ ସୁଯୋଗ ମିଳିଛି। ଯୁବ ଭାରତୀୟ ଖେଳାଳିମାନେ ଗତ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ। ଏଥିପ୍ରତି ଆମକୁ ଯତ୍ନବାନ ହେବାର ଅଛି ବୋଲି ବାଭୁମା କହିଛନ୍ତି। ରୋହିତ ଓ ବିରାଟଙ୍କ ବଦଳରେ ଗତ କିଛି ବର୍ଷ ହେବ ଭାରତୀୟ ଯୁବ କ୍ରିକେଟରମାନେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଯୁଜୁବେନ୍ଦ୍ର ଚହଲ ଓ କୁଳଦୀପ୍‌ ଯାଦବ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଉକ୍ତ ଦୁଇ ସ୍ପିନରଙ୍କୁ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ ମୁକାବିଲା କରିବାରେ ସଫଳ ହେବେ ବୋଲି ବାଭୁମା ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ପିଚରେ ସ୍ପିନର ସବୁବେଳେ ବିପଦ ହୋଇଥାନ୍ତି। ଚଳିତ ଥର ମଧ୍ୟ ଭାରତୀୟ ଦଳରେ ଦୁଇ ଅଭିଜ୍ଞ ସ୍ପିନର ଚହଲ ଓ କୁଳଦୀପ୍ ରହିଛନ୍ତି। ଦ୍ରୁତ ବୋଲିଂ ଅପେକ୍ଷା ଭାରତୀୟ ପିଚ୍‌ରେ ସ୍ପିନ ଖେଳିବା ଆହ୍ବାନ ହୋଇଥାଏ ବୋଲି ବାଭୁମା କହିଛନ୍ତି।

kalyan agarbati

Comments are closed.