ବାଉଁଶୁଣି :ବାଉଁଶୁଣି ଅଞ୍ଚଳରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି। ବିଶେଷ କରି ବୌଦ୍ଧ ବ୍ଲକ୍ ବାଉଁଶୁଣି ଛକ ସ୍ଥିତ ହନୁମାନ ମନ୍ଦିର ଠାରେ ମହା ଆଡ଼ମ୍ବରରେ ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ୧୦୦୮ ଦ୍ବୀପ ଜାଳିବା ସହ ହନୁମାନ ଚାଳିଶା ପଠନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏଥିରେ ଅଞ୍ଚଳର ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିଲା। ପରେ ସମସ୍ତ ଭକ୍ତମାନଙ୍କୁ କମିଟି ପକ୍ଷରୁ ପଣା ବଣ୍ଟନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଗଣେଶ୍ୱର ମେହେର ଓ ତାଙ୍କ ପତ୍ନୀ ଖିତିସୂତା ମେହେର ଦାୟିତ୍ବ ତୁଲାଇଥିବା ବେଳେ ପୂଜକ ଭାବରେ ତ୍ରିବିକ୍ରମ ପାଢ଼ୀ ପୂଜାକାର୍ଯ୍ୟ ତୁଲାଇଥିଲେ। କମିଟି ସଭାପତି ରଙ୍କନିଧି ଗାଈଗୋରିଆ, ସମ୍ପାଦକ ରାଜେଶ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସୁନିଲ ବାରିକ, ପ୍ରଫୁଲ୍ଲ ପତି, ଦଶରଥ ମେହେର, ସନ୍ତୋଷ ଥନାପତିଙ୍କ ସମେତ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ।



