www.samajalive.in
Monday, December 15, 2025
24.1 C
Bhubaneswar

ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ

ପାତ୍ରପୁର  : କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ସମାସିଙ୍ଗି ଶାସନରେ ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ ହୋଇଛି। ବାରୁଣୀ ସ୍ନାନ ଯାତ୍ରା ପାଇଁ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ପାତ୍ରପୁର ଅଞ୍ଚଳର ନୂଆଗଡ଼, ସମାସିଙ୍ଗି ଶାସନରେ ବାରୁଣୀ ସ୍ନାନ ଯାତ୍ରା ପ୍ରତିବର୍ଷ ପାଳିତ ହୋଇଥାଏ ଏବଂ ଭକ୍ତଙ୍କ ସମାଗମ ହୋଇଥାଏ। ସମାସିଙ୍ଗି ଶାସନ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ସଂକୀର୍ତ୍ତନ ବାଦ୍ୟ ବଜାଣା ସହକାରେ ଅନୁକୂଳ ବ।ନା ବାରୁଣୀ ଘାଟରେ ସ୍ଥାପନ ହୋଇ ଯାତ୍ରା ଅନୁକୂଳ ହୋଇଥିଲା। ଏହା ପରେ ରାତିରେ ହରିହର ଭେଟ ପରେ ଉଭୟଙ୍କୁ ଏକ ବିରାଟ ପଟୁଆରରେ କୁନି କଳାକାରଙ୍କ ଗୋଲାନାଚ, ସଂକୀର୍ତ୍ତନ ସହିତ ଗ୍ରାମ କଳାକାରଙ୍କ ବିଭିନ୍ନ ପଟୁଆର ଶଙ୍ଖ ମହୁରୀ ଓ ଢାଂପ ବାଦ୍ୟ ବଜାଇ ବାରୁଣୀ ଘ।ଟକୁ ନେଇ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ରଖା ଯାଇଥିଲା। ସକାଳୁ ଅଞ୍ଚଳର ଭକ୍ତ ମନେ ଅମରକୋଷ ବର୍ଣ୍ଣିତ ବହୁଦା ନଦୀର ଉତ୍ତର ବାଙ୍କ ବାରୁଣୀ ଘାଟରେ ବୁଡ଼ ପକାଇବା ସହିତ ଏହି ପୀଠରେ ଥିବା ହନୁମାନ, ବାଇଧର ଏବଂ ହରିହର ପ୍ରଭୁଙ୍କ ଦର୍ଶନ କରିବା ସହିତ ଦାନ ଧର୍ମ କରିଥିଲେ। ନଦୀ କୂଳରେ ଥିବା ବାଇଧରଙ୍କ ପୀଠରେ ଜଗତ କଲ୍ୟାଣ ପାଇଁ ହୋମ କରାଯାଇଥିଲା। ତିନିଦିନ ବ୍ୟାପୀ ପାଳନ ହେବାକୁ ଥିବା ଯାତ୍ରାରେ ପ୍ରହଲ୍ଲାଦ ନାଟକ, ଭାରତ ନୀଳା ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଭୁଙ୍କ ପଟୁଆର ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories