www.samajalive.in
Monday, December 15, 2025
14.1 C
Bhubaneswar

ଗଳଗଣ୍ଡ ରୋଗ ଚିହ୍ନଟ ନିମନ୍ତେ ସର୍ବେକ୍ଷଣ ପ୍ରସ୍ତୁତି

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ବୁଧବାର ସ୍ଥାନୀୟ ସୁବର୍ଣ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗଳଗଣ୍ଡ ରୋଗର ଚିହ୍ନଟ ପାଇଁ ସର୍ବେକ୍ଷଣ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡାକ୍ତର କନକବାଳା ମହାନ୍ତି, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ, ମଞ୍ଜୁଲତା ଦାସ, ବିଭୁ ପ୍ରସାଦ ରାଉତ, ଲକ୍ଷ୍ମୀ ସାହୁ, ସ୍ଥାନୀୟ ଆଶା ଛବିରାଣୀ ସାହୁ, ସୁଲୋଚନା ଦଳେଇ ପ୍ରମୁଖ ଯୋଗଦେଇଥିଲେ। ଗୁରୁବାର ଦିନ କିଭଳି ଭାବେ ଏଠାରେ ୯୦ଜଣ ଛାତ୍ର ଛାତ୍ରୀଙ୍କର ପରିବାର ସର୍ବେକ୍ଷଣ ହେବା ସହିତ ଗଳଗଣ୍ଡ ରୋଗର ଚିହ୍ନଟ ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଆୟୋଡିନ୍ ଯୁକ୍ତ ଲୁଣ ଖାଇବା ତଥା ସେଥିମଧ୍ୟରୁ ୯ଜଣ ଛାତ୍ର ଛାତ୍ରୀଙ୍କର ପରିବାରରେ ବ୍ୟବହାର କରାଯାଉଥିବା ଲୁଣର ନମୁନା କରୀକ୍ଷା କରାଯିବା ସମ୍ପର୍କରେ ସୂଚନା ମିଳିଛି। ଗଳଗଣ୍ଡ ରୋଗର ଚିହ୍ନଟ ବିପରି ସଠିକ ଭାବରେ କରାଯାଇ, ଗ୍ରାମରେ ଗଳଗଣ୍ଡ ରୋଗର ଉପଯୁକ୍ତ ଚିକିତ୍ସାସେବା ଯୋଗାଇ ଦିଆଯାଇ ପାରିବ ସେ ସଂପର୍କରେ ଆଲୋଚନା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories