www.samajalive.in
Sunday, December 14, 2025
19.1 C
Bhubaneswar

ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ

କଟକ : ସ୍ତ୍ରୀକୁ ନିର୍ଯାତନା ଦେବା ଘଟଣାରେ ବାଦାମବାଡି ଥାନା ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଶଙ୍କରପୁର ପରିଡା ସାହିର ମଧୁସୂଦନ ବୈଠାଲ ଓରଫ କାଳିଆ(୩୭) । ତାକୁ ଅଦାଲତ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।
ଅଭିଯୁକ୍ତ କାଳିଆ ଜଣେ ପେସାଦାର ଅପରାଧୀ। ମୁଖ୍ୟତଃ ଧମକଚମକ, ଦାଦାବଟି ଆଦାୟ, ବୋମାମାଡ, ଗଣ୍ଡଗୋଳ କରିବା ତା’ର ପେଶା। ପୂର୍ବରୁ କାଳିଆ ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଥିଲା। ନିକଟରେ ସେ ଜାମିନରେ ଆସିଥିଲା। ବାରମ୍ବାର ଜେଲ ଯିବା ସତ୍ତ୍ବେ କାଳିଆ ତା’ର ସ୍ୱଭାବରେ କୌଣସି ପରିବର୍ତ୍ତନ ଆଣି ନଥିଲା। ରାସ୍ତାଘାଟରେ ଉତ୍ପାତ କରିବା ସହିତ ପ୍ରତିଦିନ ମଦ ପିଇ ଘରକୁ ଆସି ସ୍ତ୍ରୀକୁ ମାରଧର କରୁଥିଲା। ତେବେ ମଙ୍ଗଳବାର ନିର୍ଯାତନାର ସବୁ ସୀମା ଟପିଯାଇଥିଲା। ନିଶାଶକ୍ତ ଅବସ୍ଥାରେ କାଳିଆ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲା । ପାଟିଶୁଣି ପଡୋଶୀ ମହିଳା କାଳିଆ ସ୍ତ୍ରୀକୁ ଉଦ୍ଧାର କରିଥିଲେ । ଚିକିତ୍ସା ପରେ ସେ ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ। ଏତଲାକ୍ରମେ ବାଦାମବାଡି ପୁଲିସ ମାମଲା ରୁଜୁକରି କାଳିଆକୁ ଗିରଫ କରିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories