କଟକ : ରେଷ୍ଟ୍ରୁରାଣ୍ଟରୁ ଚୋରି କରିବା ଏବଂ ଚୋରିରେ ସହଯୋଗ କରିବା ନେଇ କ୍ୟାଣ୍ଟନମେଣ୍ଟ ପୁଲିସ ବୁଧବାର ଦୁଇଜଣକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ବାଲିସାହି ବସ୍ତିର ରବୀନ୍ଦ୍ର ନାୟକ ଓ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳର ଲକ୍ଷ୍ମୀକାନ୍ତ ଚିନ୍ନାରା ଓରଫ ସଞ୍ଜୟ। ଦୁଇ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ ଅଦାଲତ ଚାଲାଣ ପରେ କାରାଗାରକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ମିଶନ ରୋଡ ଅଞ୍ଚଳରେ ଡ୍ରାଗନ ଇନ୍ ରେଷ୍ଟ୍ରୁରାଣ୍ଟ ରହିଛି । ସେଠାରେ ଅଭିଯୁକ୍ତ ରବୀନ୍ଦ୍ର କାର୍ଯ୍ୟ କରୁଥିଲା। ଗତ ୨୦ ରାତିରେ ଟଙ୍କା ବାକ୍ସ ଭାଙ୍ଗି ୨୧ହଜାର ଟଙ୍କା ଚୋରାଇ ନେଇଥିଲା। ସକାଳେ ଏହି ଘଟଣା ଜାଣିବା ପରେ ମାଲିକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଚଳାଇବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ରବୀନ୍ଦ୍ର ହିଁ ଟଙ୍କା ଚୋରି କରିଥିବା ଜଣାପଡିଥିଲା। ସୂଚନା ଅନୁଯାୟୀ ବାଲିସାହି ସ୍ଥିତ ବସ୍ତିରେ ଚଢ଼ଉ କରାଯାଇ ରବୀନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ପରେ ସେ ଚୋରି ଟଙ୍କାରୁ ଅଧା ଭୁୂବନେଶ୍ୱରରେ ରହୁଥିବା ତା’ର ସାଙ୍ଗ ସଞ୍ଜୟକୁ ଦେଇଥିବା କହିଥିଲା। ତା’ର ସୂଚନା ଅନୁଯାୟୀ ସଞ୍ଜୟକୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟ ଲୁଚାଇ ରଖିଥିବା ଟଙ୍କାକୁ ଉଦ୍ଧାର କରାଯାଇଥିବା ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି।
ଚୋରି ଅଭିଯୋଗରେ ବନ୍ଧା ହେଲେ ଦୁଇ ଯୁବକ
Popular Categories



