କାଲି ପାଣି ଆଜି ଖଣି, ଅତୀତ ପ୍ରସଙ୍ଗ ଆଳରେ ଆଲୋଚନା ପାଇଁ ମିଳିଲାନି ଅନୁମତି

ଭୁୁବନେଶ୍ୱର: ପଂଚାୟତ ଓ ପୌର ନିର୍ବାଚନ ପରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ମଙ୍ଗଳବାର ପାନୀୟ ଜଳ ପ୍ରକଳ୍ପକୁ ନେଇ ବିରୋଧୀ ସଦସ୍ୟମାନେ ପ୍ରଶ୍ନ ଉଠାଇ ଥିବା ବେଳେ କିଛି ମାସର ବ୍ୟବଧାନ ପରେ ବୁଧବାର ବିଧାନସଭାରେ ପୁଣି ଥରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ତାଜା କରିଛି ବିଜେପି। ଆଜି ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରାଯାଇଥିଲେ ବି ବାଚସ୍ପତି ଅନୁମତି ଦେଇନଥିଲେ। ଅନୁମତି ନ ମିଳିବାରୁ, ଉଭୟ ବିଜେପି ଓ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିଲେ।

ବାଚସ୍ପତି ଏହାକୁ ବର୍ତମାନର ପ୍ରସଙ୍ଗ ନୁହେଁ ବୋଲି କହି ଆଲୋଚନା ପାଇଁ ଗ୍ରହଣ ନ କରିବା ନିଷ୍ପତ୍ତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଥିବା ବେଳେ କାହା ଚାପରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି। ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି।

Comments are closed.