www.samajalive.in
Monday, December 15, 2025
24.1 C
Bhubaneswar

ବାରୁଣୀ ସ୍ନାନଯାତ୍ରା ଆରମ୍ଭ

ପାତ୍ରପୁର: ସମାସିଙ୍ଗି ଶାସନ ପାର୍ଶ୍ବ ଦେଇ ପ୍ରବାହିତ ପବିତ୍ର ବହୁଦା ନଦୀର ମହା ଶ୍ମଶାନ ଉତ୍ତର ବାଙ୍କ ନିକଟରେ ରବିବାର ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ ହୋଇଛି। ଭୋର ସମୟରୁ ଅଞ୍ଚଳର ବହୁ ଭକ୍ତ ଏହି ପୀଠରେ ପହଞ୍ଚି ନଦୀରେ ସ୍ନାନ କରିବା ସହିତ ପୂଜାର୍ଚ୍ଚନା ଦାନ ଧର୍ମ କରିଥିଲେ। ବାରୁଣୀ ଘାଟରେ ବିଶୋନାଥ ବାଇଧର ହନୁମାନ ମନ୍ଦିର ରହିଥିବା ବେଳେ ବାଇଧରଙ୍କ ପୀଠରେ ହୋମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ବୃନ୍ଦାବନ ମିଶ୍ର କର୍ତ୍ତା ରୂପେ ହୋମ କରିଥିଲେ। ଅଞ୍ଚଳର ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ଦଳ ପହଞ୍ଚିଥିଲେ। ଗତ କାଲି ସନ୍ଧ୍ୟାରେ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଅନୁକୂଳ ବାନା ଆଣି ବାରୁଣୀ ପୀଠରେ ସ୍ଥାପନ କରାଯାଇଥିଲା। ମଧ୍ୟ ରାତ୍ରୀରେ ହରିହର ଭେଟ ପରେ ଆଳତୀ କରିବା ସହ ଉଭୟ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରି ବାରୁଣୀ ଘାଟକୁ ନିଆଯାଇଥିଲା। ପ୍ରଭୁଙ୍କ ନଗର ପରିକ୍ରମା ବେଳେ ବାଦ୍ୟ ବାଜଣା ସହିତ କୁନି କୁନି କଳାକାରଙ୍କ ବିଭିନ୍ନ ପଟୁଆର ସାଙ୍ଗକୁ ରଙ୍ଗୀନ ଆଲୁଅ ଯାତ୍ରାର ଶୋଭା ବଢାଇଥିଲା। ପାତ୍ରପୁର ଅଞ୍ଚଳର ନୂଆଗଡ଼, ସମାସିଙ୍ଗି ଶାସନରେ ବାରୁଣୀ ସ୍ନାନଯାତ୍ରା ପ୍ରତିବର୍ଷ ପାଳନ ହୋଇ ପ୍ରବଳ ଭକ୍ତ ସମାଗମ ହେଉଛି । ତିନିଦିନ ବ୍ୟାପୀ ସମାସିଙ୍ଗି ଶାସନ ଗ୍ରାମରେ ପାଳନ ହେବାକୁ ଥିବା ଯାତ୍ରାରେ ଭାରତ ନୀଳା ନାଟକ ମଞ୍ଚସ୍ଥ ହେବା କାର୍ଯ୍ୟକ୍ରମ ରହିଛି। ପ୍ରଭୁଙ୍କ ପଟୁଆର ଦେଖିବା ପାଇଁ ଅଂଚଳର ବହୁ ଭକ୍ତଙ୍କ ସହିତ ଗ୍ରାମର ବହୁ ବ୍ୟକ୍ତି ଗ୍ରାମକୁ ଆସିବା ଫଳରେ ଜନ ସମାଗମ ବୃଦ୍ଧିପାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories