ବେଆଇନ ଅଫିମ ଚାଷ ଉପରେ ଚଢ଼ଉ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନକାଟିଦେଉଳ ବ୍ଲକ ଗୋପାଳପୁର ଗ୍ରାମରେ ବେଆଇନ ଅଫିମ ଚାଷ ଉପରେ ରବିବାର ସମ୍ବଲପୁର ଅବାକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ବଲପୁର ଅବକାରୀ ବିଭାଗର ଏକ ଟିମ୍ ଆସି ଚଢ଼ାଉ କରି ବିପୁଳ ପରିମାଣରେ ଚାଷ କରାଯାଇଥିବା ଅଫିମ ଗଛ ନଷ୍ଟ କରିଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ଥିବା କିଛି ବ୍ୟକ୍ତିଙ୍କୁ ଅବକାରୀ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

Comments are closed.