ବାରିପଦା ବସଷ୍ଟାଣ୍ଡରେ ହଣାକଟା, ୫ ଗୁରୁତର

ବାରିପଦା: ବାରିପଦା ବସଷ୍ଟାଣ୍ଡରେ ହଣାକଟା ହୋଇଥିବା ସୂଚନା ମିଳିଛି। ବସ ଟାଇମିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡା ଓ ଭୁଜାଲିରେ ପରଷ୍ପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାରେ ୫ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ୫ ଗୁରୁତର ବାରିପଦା ପିଆରଏମ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.